Site icon UTKAL PRATIDIN

ପ୍ରଥମ ଜାତୀୟ ମହାକାଶ ଦିବସ ପାଳୁଛି ଦେଶ

MURMU

ଆଜିର ଦିନରେ ଭାରତର ତୃତୀୟ ମୁନ୍ ମିଶନକୁ ମିଳିଥିଲା ଐତିହାସିକ ସଫଳତା।ସେଥିପାଇଁ ଆଜି ସାରା ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ। ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍‌ରେ ବର୍ଣ୍ଣାଢ୍ୟ ଉତ୍ସବ ଆୟୋଜିତ ହୋଇଛି।ଏହି ସଫଳତାକୁ ମାନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୩କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ମହାକାଶ ଦିବସ ଭାବେ ଘୋଷଣା କରିଥିଲେ।

ଚଳିତବର୍ଷ ଜାତୀୟ ସ୍ପେସ୍‌ ଡେ’ ୨୦୨୪ ଥିମ୍‌ ହେଉଛି ‘ଚନ୍ଦ୍ରର ସ୍ପର୍ଶ ସହିତ ଜୀବନ ଅନୁଭୂତି।’ ଯାହା ସମାଜ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ମହାକାଶ ଅନୁସନ୍ଧାନର ମହତ୍ତ୍ୱପୂର୍ଣ୍ଣ ପ୍ରଭାବକୁ ପ୍ରକାଶ କରିବ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉପସ୍ଥିତ ରହିବେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ପ୍ରଦର୍ଶନୀ, ପୁରସ୍କାର ପ୍ରଦାନ ଉତ୍ସବ, ଆଲୋଚନା ଚକ୍ର, ଚନ୍ଦ୍ରୟାନ-୩ ଫିଲ୍ମ ପ୍ରଦର୍ଶନ ଆଦି ଆୟୋଜିତ ହେବ ଏହି ଅବସରରେ ।

Exit mobile version