ତାମିଲନାଡୁ ସରକାରରେ ବଡ ଧରଣର ଅଦଳ ବଦଳ ହୋଇଛି ।ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।ଡିଏମକେ ନେତୃତ୍ୱାଧୀନ ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।
ଗତ ତିନିବର୍ଷ ମଧ୍ୟରେ DMK ରେ ଅନେକ ପରିବର୍ତ୍ତନ ହୋଇଛି। ସେଣ୍ଟିଲ ବାଲାଜୀ ମନି ଲର୍ଣ୍ଡିଂରେ ଗିରଫ ହେବା ପରେ ଡିଏମକେ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ତାଙ୍କୁ ଏବେ ଜାମିନ ମିଳିଛି। ବର୍ତ୍ତମାନ ଜାମିନ ମିଳିବା ପରେ ତାଙ୍କୁ ପୁଣି କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି।
ତାଙ୍କୁ ବର୍ତ୍ତମାନର ଯୁବ କଲ୍ୟାଣ ଏବଂ କ୍ରୀଡ଼ା ବିକାଶ ପୋର୍ଟଫୋଲିଓ ବ୍ୟତୀତ ଯୋଜନା ଏବଂ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ଏହା ସହ ତାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ କରାଯାଇଛି।