Site icon UTKAL PRATIDIN

ଦୁଇ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

823aa7f4855a1d78c155c3acb5295e8c00f268447b5bdeed04de3718893ae9ab

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣି ଶିବିର ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ମିଳିଥିବା ସୂଚନା ଅନୁସାରେ ଆସନ୍ତା ୭ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ କାମ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ।

ଆସନ୍ତା ୧୪ ତାରିଖରେ ତାରିଖରେ ଦୁର୍ଗାପୂଜା ଭସାଣି ଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।ରାଜ୍ୟରେ ନୂଆ ସରକାର ଆସିବା ପରେ ଜୁଲାଇ ପହିଲା ଠାରୁ ଏହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନ କରୁଛନ୍ତି ।

Exit mobile version