କଟକ ଓ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିବେ ମୋହନ ଚରଣ ମାଝୀ ୧୨ ତାରିଖ ମହାନବମୀ ଦିନ କଟକର ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ବୁଲିବେ। କାଲି ମହାଷ୍ଟମୀରେ ଦିନ ୧୧ ଟାରୁ ୨ଟା ୩୦ ଯାଏଁ ଭୁବନେଶ୍ୱରର ବିଭିନ୍ନ ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ। ସେହିପରି ନବମୀ ୧୨ ତାରିଖ ଦିନ କଟକର ପୂଜା ମଣ୍ଡପ ବୁଲି କେନ୍ଦୁଝର ଅଭିମୁଖେ ବାହାରିବେ।
୧୩ ତାରିଖରେ ନିଜ ଜିଲ୍ଲାର ଦୁର୍ଗା ପୂଜାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୁଣା ପୂଜା ଅନୁଷ୍ଠାନକୁ ଯାଇ ମାଙ୍କ ଦର୍ଶନ କରିବେ ଓ ଲୋକଙ୍କୁ ଭେଟିବେ। ତାସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମଧ୍ୟ ପୂଜା ମଣ୍ଡପ ବୁଲିବେ।।ସେପଟେ ପୂଜାକୁ ନେଇ ମା’ଙ୍କୁ ନେଇ ରାଜନୀତି କରାନଯାଉ । ମୁଖ୍ୟମନ୍ତ୍ରୀ ବୁଲିବେ ବିଜେଡି ନେତା ବୁଲନ୍ତୁ କଂଗ୍ରେସ ନେତା ମଧ୍ୟ ବୁଲନ୍ତୁ । ଓଡିଶାର ସାମଗ୍ରିକ ବିକାଶ ପାଇଁ ଆମେ ଚିନ୍ତା କରିବା ରାଜନୀତି ଏମିତି କରିବା ଠିକ ନୁହେଁ ।