Site icon UTKAL PRATIDIN

ଏହି ଏହି ଦିନ ଗୁଡିକରେ ପ୍ରଚାର ମଇଦାନକୁ ଓଲ୍ହାଇବେ ମୁଖ୍ୟମନ୍ତ୍ରୀ

D3oZCrfWkAIm02-

ଭୁବନେଶ୍ୱର: ଭୋଟ୍‍ ଆଉ ୩ ସପ୍ତାହ। ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ। ଦିନକୁ ଦିନ ରାଜନୈତିକ ପରିବେଶ ଗରମ ହେଉଥିବା ବେଳେ ପ୍ରତିଟି ଦଳ ପକ୍ଷରୁ କିପରି ପ୍ରଚାର କରାଯିବ ଏବଂ କେମିତି ଲୋକଙ୍କୁ ଆକୃଷ୍ଟ କରାଯିବ ସେଥିଲାଗି ଜୋରଦାର ପ୍ରୟାସ ହେଉଛି। ଏହାରି ଭିତରେ ଭୋଟ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୪ ତାରିଖରେ ନବୀନ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ କରିବେ ଭୋଟ ଭିକ୍ଷା।

ବିଜେଡି ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳର ସୁପ୍ରିମୋ ଆସନ୍ତା ୨୪ ତାରିଖରେ ହିଞ୍ଜିଳି ଓ ଶେରଗଡ଼ରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ। ବିଜେଡିକୁ ଭୋଟ ଦେବାକୁ ସାଧାରଣ ଜନତାଙ୍କୁ ନିବେଦନ କରିବେ ନବୀନ। ତେବେ ନବୀନଙ୍କ ଗସ୍ତ ନେଇ ଗଞ୍ଜାମ ବିଜେଡ଼ିରେ ଉତ୍ସାହର ମହଲ ସୃଷ୍ଟି ହୋଇଛି। ତେବେ ୨୪ରେ ନବୀନ ଗଞ୍ଜାମରେ ଦୁଇଟି ସମାବେଶ କରି ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗଞ୍ଜାମ ଗସ୍ତ କରିବେ।

ସେହିପରି ଆସନ୍ତା ୨୫ ତାରିଖରେ ନବୀନ ପଟ୍ଟନାୟକ ଗୁଣୁପୁର ଓ ବିଷମକଟକ ଗସ୍ତରେ ଯାଇ ଜନସାଧାରଣକୁ ସମ୍ବୋଧିତ କରିବେ। ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିବା ପରେ ୪ର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ କାର୍ଯ୍ୟସୂଚୀ ଅନୁସାରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ସୂଚନା ଥାଉକି ଆସନ୍ତା ୨୫ ତାରିଖରେ ବିଜେପି ପାଇଁ ଭୋଟ ଭିକ୍ଷା କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଶାହଙ୍କ ଗସ୍ତର ଦିନକ ପୂର୍ବରୁ ନବୀନ ନିର୍ବାଚନ ମଇଦାନକୁ ଓହ୍ଲାଇ ବିଜେଡି ସପକ୍ଷରେ ଭୋଟ ମାଗିବେ।

Exit mobile version