
୬ସପ୍ତାହ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ।ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ।ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୨ଟା ସୁଦ୍ଧା ୧୦୦୦ ଜଣ ଅଭିଯୋଗକାରୀ ସେମାନଙ୍କ ନାମ ପଞ୍ଜୀକରଣ କରି ସାରିଛନ୍ତି। । ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପାଇଁ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କୁ ରାଜୀବ ଭବନରୁ ଅଳ୍ପ ଦୂରରେ ଥିବା ଜଳ ଭବନ (ୱାଟକୋ କାର୍ଯ୍ୟାଳୟ) ପାର୍ଶ୍ୱରେ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଉଦ୍ଦିଷ୍ଟ ଗେଟ୍ ନଂ-୧ରେ ଆସିବାକୁ ପଡ଼ିବ।
ଅଭିଯୋଗ ଶୁଣାଣି ସ୍ଥଳରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।ଦୀର୍ଘ ୧୬ ବର୍ଷ ପରେ ଜୁଲାଇ ୨ ତାରିଖରେ ଖୋଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ୧୫୫୦ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରତିଶ୍ରୁତି ପାଇବା ପରେ ଉତ୍ସାହିତ ହୋଇଥିଲେ ଅଭିଯୋଗକାରୀ।