Site icon UTKAL PRATIDIN

ଶ୍ରମିକଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

cm-3

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ମାଣ ଶ୍ରମିକଙ୍କୁ ନେଇ ବଡ ଘୋଷଣା କରିଛନ୍ତି । ଆଜି ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଶ୍ରମିକମାନେ ପ୍ରାୟତଃ ବିଭିନ୍ନ ଅସୁବିଧାରେ ନିଅଣ୍ଟିଆ ଅବସ୍ଥାରେ ଥାଆନ୍ତି। ଅବସର କିମ୍ବା ଦୁର୍ଘଟଣାରେ ନିର୍ମାଣ ଶ୍ରମିକ ବୋର୍ଡ ତରଫରୁ ସାହାଯ୍ୟ ମିଳିଥାଏ।

ପୂର୍ବରୁ ନିର୍ମାଣ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଥିଲେ ୪ ଲକ୍ଷ ଟଙ୍କା ସହାୟତା ରାଶି ଭାବେ ଦିଆଯାଉଥିଲା । ହେଲେ ଏହାକୁ ଏବେ ବଢାଇ ୬ ଲକ୍ଷ ଟଙ୍କା କରିଛନ୍ତି ମୋହନ ସରକାର ।ସେହିପରି ସ୍ୱଭାବିକ ମୃତ୍ୟୁ ହେଲେ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

Exit mobile version