
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହରିୟାଣା ଗସ୍ତରେ ଯାଉଛନ୍ତି ।ହରିୟାଣାରେ ବାଜିମାତ କରିଛି ବିଜେପି ।ହରିୟାଣାରେ ତୃତୀୟ ଥର ପାଇଁ ଭାଜପା ସରକାର ଗଠନ ହେବାକୁ ଯାଉଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହରିୟାଣା ଯାଉଛନ୍ତି ।
ଚଣ୍ଡିଗଡ଼ରେ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଶ୍ରୀ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ଚଣ୍ଡିଗଡ଼ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁମ୍ବାଇ ଯାଇ ୧୮ ତାରିଖରେ ଇଣ୍ଡିଆନ କେମିକାଲ୍ସ କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗ ଦେବେ ।
୧୮ ତାରିଖ ଅପରାହ୍ନ ଓ ୧୯ ତାରିଖ ସକାଳେ ସେ ମୁମ୍ବାଇରେ ଆଗାମୀ ମେକ୍ ଇନ୍ ଓଡ଼ିଶା ପାଇଁ ନିବେଶକ ସମ୍ମିଳନୀରେ ଯୋଗଦେବେ । ବିଶିଷ୍ଟ ନିବେଶକମାନଙ୍କୁ ଭେଟି ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବେ।ଓଡ଼ିଶାରେ ଶିଳ୍ପକୁ ଆହୁରି ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ ଲଖ୍ୟ ରଖିଛନ୍ତି ।