ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାତ୍ୟା ସମୀକ୍ଷା କରିଛନ୍ତି ।ଉପକୂଳ ମୁହାଁ ବାତ୍ୟା ଦାନା ସ୍ଥଳଭାଗ ମୁହାଁ ହେଉଛି ।ଲ୍ୟାଣ୍ଡଫଲ କରିବାକୁ କିଛି ସମୟ ବାକି ଅଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଫୋନ୍ ଯୋଗେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ଆଜି ଅପରାହ୍ନ ଓ ସନ୍ଧ୍ୟାରେ ଦୁଇଥର ପ୍ରଧାନମନ୍ତ୍ରୀ ମୋଦି ଟେଲିଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ବିଚାରବିମର୍ଶ କରିଛନ୍ତି। ଆଲୋଚନାବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବ୍ୟବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ସନ୍ତୋଷ ବ୍ୟକ୍ତ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର କ୍ୟାବିନେଟ ରେ ବସିଥିବା ବୈଠକରେ ପ୍ରଧାନମନ୍ତ୍ରୀ ବାତ୍ୟା ଦନାକୁ ନେଇ ଆଲୋଚନା କରିଛନ୍ତି। ଯାହା ଆବଶ୍ୟକ ତୁରନ୍ତ ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।