Site icon UTKAL PRATIDIN

୮ ଜଣିଆ ଟିମ୍ ସହ ଓଡ଼ିଶା ଆସିବେ ମୁଖ୍ୟ ନିର୍ବାଚନ କମିଶନର

o5hyngg_Rajiv-Kumar-08

ଭୁବନେଶ୍ୱର:ନିର୍ବାଚନୀ ଋତୁ ପାଖେଇଲାଣି। ଆଗମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଯେତେବଳେ ସମସ୍ତ ରାଜନୈତକ ଦଳ ଅଣ୍ଟା ଭିଡ଼ିଲେଣି। ସେଠି ନିର୍ବାଚନକୁ କିପରି ଶାନ୍ତି ଶୃଙ୍ଖଳିତ ରୂପେ ପରିଚାଳନା କରାଯିବ ସେନେଇ ନିର୍ବାଚନ କମିଶନ ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତା ୧୫ ତାରିଖରେ ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିଶନ । ୧୭ ତାରିଖ ଯାଏଁ ଓଡ଼ିଶାରେ ରହିବାର ରହିଛି କାର୍ଯ୍ୟକ୍ରମ ।

ଆଗାମୀ ଲୋକସଭା ନିର୍ବାଚନ ପରିଚାଳନା ନେଇ ସମୀକ୍ଷା କରିବେ । ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର, ଅନ୍ଯତମ କମିଶନର ଅରୁଣ ଗୋୟଲ, ସିନିୟର ଡେପୁଟି ନିର୍ବାଚନ କମିଶନର ଧର୍ମେନ୍ଦର ଶର୍ମା, ସିନିୟର ଡେପୁଟି ଇଲେକସନ କମିଶନର ନୀତେଶ ବ୍ଯାସଙ୍କ ସମେତ ୮ ଜଣ ଓଡ଼ିଶା ଗସ୍ତ କରିବେ।

୧୬ ତାରିଖରେ ଜାତୀୟ ଓ ରାଜ୍ୟର ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ, ଡିଇଓ, ଏସପି, ସିପି, ଡିଭିଜନାଲ କମିଶନର ଆଇଜିଙ୍କ ସହ ନିର୍ବାଚନ କମିଶନ ଆଲୋଚନା କରିବାର କାର୍ଯକ୍ରମ ରହିଛି । ସେହିପରି ୧୭ ତାରିଖରେ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀ, ରାଜ୍ଯ ପୋଲିସ ନୋଡାଲ ଅଫିସର, ସିପିଏଫ ନୋଡାଲ ଅଫିସର, ମୁଖ୍ଯ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ । ସମସ୍ତଙ୍କ ସହ ବୈଠକ ପରେ ଇସିଆଇ ୧୭ ତାରିଖ ଅପରାହ୍ଣରେ ସାମ୍ବାଦିକ ସମ୍ମିଳନୀ କରିବେ । ସବୁ ଥର ଭୋଟ ସମୟରେ ଇଭିଏମରେ ତ୍ରୁଟି ହେଉ କିମ୍ବା ଅନ୍ୟ କୌଣସି ଯାନ୍ତ୍ରିକ ତ୍ରୁଟିର ସମସ୍ୟା ନା ଉପୁଜେ, ନିର୍ବାଚନର ଅନ୍ୟାନ୍ୟ ଜରୁରୀ ସୂଚନାକୁ ନେଇ ସାମ୍ବାଦିକ ସମ୍ମିଳନୀରେ କହିବେ ମୁଖ୍ୟ ନିର୍ବାଚନ କମିଶନର।

Exit mobile version