Site icon UTKAL PRATIDIN

୬୭ ବର୍ଷ ରେ ପାଦ ରଖିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍

ril-agm-2023-mukesh-ambani-to-remain-chairman-md-of-the-company-for-next-five-years

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀଙ୍କ ଆଜି ଜନ୍ମଦିନ । ମୁକେଶ ଅମ୍ବାନୀ ୬୭ ବର୍ଷ ରେ ପର୍ଦାପଣ କରିଛନ୍ତି । ୧୯୫୭ ଏପ୍ରିଲ ୧୯ ରେ ଜନ୍ମଗ୍ରହଣ କରିଥିଲେ ମୁକେଶ ଅମ୍ବାନୀ  । ତାଙ୍କ ପିତା ଧୀରୁଭାଇ ଅମ୍ବାନୀଙ୍କ ମୃତ୍ୟୁ ପରେ ମୁକେଶ ପିତା ଙ୍କର ବୃତ୍ତିକୁ   ସମ୍ପୂର୍ଣ୍ଣ ତଦାରଖ କରୁଛନ୍ତି । ରିଲାଏନ୍ସ୍ର କମ୍ପାନୀ ବର୍ତ୍ତମାନ ଅନେକ ସେକ୍ଟରରେ ବ୍ୟାପିଛି । ଫୋର୍ବସ୍ ରିପୋର୍ଟ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ହେଉଛି ୧୧୫.୬ ବିଲିୟନ ଡ଼ଲାର୍। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ମୁକେଶଙ୍କ  ସ୍ଥାନ ୧୧ ନମ୍ବରରେ ଅଛି । ପିତାଙ୍କ ବ୍ୟବସାୟକୁ ଗ୍ରହଣ କରିବା ପାଇଁ ମୁକେଶ ଅଧାରୁ ପାଠପଢା ଛାଡି ପିତାଙ୍କ ସହ ବ୍ୟବସାୟ ଆରମ୍ଭ କରିଥିଲେ ।

ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ଦେଶର ସବୁଠାରୁ ମହଙ୍ଗା ଘରେ ରୁହନ୍ତି ।୨୭ ମହଲା ବିଶିଷ୍ଟ କୋଠା, ଯାହାର ମୂଲ୍ୟ ଏକ ବିଲିୟନ ଡ଼ଲାର ଥିଲା ଏବଂ ଏହା ନିର୍ମାଣ ସମୟରେ ଦୁନିଆର ସବୁଠାରୁ ମହଙ୍ଗା ଘରୋଇ ବାସସ୍ଥାନ ଥିଲା। ରକ୍ଷଣାବେକ୍ଷଣ ପାଇଁ ବିଲ୍ଡିଂରେ୬୦୦ଜଣ କର୍ମଚାରୀ ଏବଂ ଏଥିରେ ତିନୋଟି ହେଲିପ୍ୟାଡ୍, ୧୬୦କାର୍ ଗ୍ୟାରେଜ୍, ଘରୋଇ ଚଳଚ୍ଚିତ୍ର ଥିଏଟର, ସୁଇମିଂ ପୁଲ୍ ଏବଂ ଫିଟନେସ୍ ସେଣ୍ଟର ଆଦି ତାଙ୍କ ଘରେ ରହିଛି ।

ମୁକେଶ ଅମ୍ବାନୀ ତାଙ୍କ ପିତାଙ୍କ ସହ ରିଲାଏନ୍ସ ଗ୍ରୁପରେ ୧୯୮୧ ମସିହାରେ ଯୋଗ ଦେଇଥିଲେ। ପରେ ୧୯୮୫ ମସିହାରେ କମ୍ପାନୀର ନାମ ରିଲାଏନ୍ସ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରିଜ୍ ରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କୁ ପରିବର୍ତ୍ତନ କରାଯାଇଥିଲା  ।ମୁକେଶ ଅମ୍ବାନୀ ୨୦୧୬ ରେ ରିଲାଏନ୍ସ ଜିଓ ଲଞ୍ଚ କରିଥିଲେ। କମ୍ପାନୀ ମାତ୍ର ୫୮ ଦିନରେ ୫୨,୧୨୪.୨୦ କୋଟି ଟଙ୍କା ରୋଜଗାର କରିଥିଲା ।କେବଳ ଯେ ବ୍ୟବସାୟ ତା ନୁହେଁ ମୁକେଶ ଅମ୍ବାନୀ ପରୋପକାର ଏବଂ ସାମାଜିକ କାମ ପାଇଁ ଗଭୀର ଭାବରେ ପ୍ରତିବଦ୍ଧ ।

Exit mobile version