Site icon UTKAL PRATIDIN

ରାଜଧାନୀର ୧୦ପୂଜାମଣ୍ଡପକୁ ମିଳିଲା ରାବଣପୋଡ଼ି ପାଇଁ ଅନୁମତି

679bfc996cc8a3cd590b6f97ca8da8e02b0c3842fc6aa51fe18b106c04dde9ec

ରାବଣପୋଡ଼ି ପାଇଁ ଆଜି ରାଜଧାନୀ ଚଳଚଂଚଳ ।ଆଜି ସନ୍ଧ୍ୟାରେ ରାଜଧାନୀରେ ହେବ ରାବଣ ପୋଡ଼ି ଉତ୍ସବ। ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏବର୍ଷ ରାଜଧାନୀର ୧୦ଟି ପୂଜା କମିଟିକୁ ରାବଣ ପୋଡ଼ି ଉତ୍ସବ ଲାଗି ଅନୁମତି ମିଳିଛି ।

ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।ନହରକଣ୍ଟା, ଝାରପଡ଼ା, ବରମୁଣ୍ଡା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍, ଚନ୍ଦକା କ୍ଲବ ପଡିଆ, ସିମୁଳିପାଟଣା ଦୋଳ ଯାତ୍ରା ପଡ଼ିଆ ଓ କପିଳପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ରାବଣପୋଡ଼ି ଉତ୍ସବ ପାଇଁ ଅନୁମତି ମିଳିଛି ।ଲୋକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି ପୁଲିସ ।

Exit mobile version