
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ।ଭୁବନେଶ୍ୱରରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଡେଙ୍ଗୁ ରୋଗକୁ ନେଇ ସବୁ ଲୋକଙ୍କ ମନରେ ଆଶଙ୍କା ବୃଦ୍ଧି ପାଉଥିଲା ବେଳେ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ନେଇଛି ।
ଡେଙ୍ଗୁ ସହ ଲଢ଼ିବା ପାଇଁ ଭାରତ ସ୍ବଦେଶୀ ଟୀକା ପ୍ରସ୍ତୁତ କରିସାରିଛି ।ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଲ ମଧ୍ୟ ଆରମ୍ଭ ହୋଇଯାଇଛି ।ଭାରତକୁ ମଜଭୁତ କରିବା ପାଇଁ ପ୍ରମୁଖ ପଦକ୍ଷେପ ନିଆଯିବ ।ଏହି ଟୀକା ସାରା ଦେଶକୁ ଡେଙ୍ଗୁ ମୁକ୍ତ କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଆଶା ପ୍ରକଟ କରିଛନ୍ତି l