ମଦ ବ୍ୟବସାୟୀଙ୍କ ବିରୋଧରେ କଡା ପଦକ୍ଷେପ ନେଇଛନ୍ତି ଅବକାରୀ ବିଭାଗ ।ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ଦେଶୀ ମଦର ଆଡ୍ଡାସ୍ଥଳୀ ପାଲଟିଥିଲା ସାଲିଆ ସାହି। ବର୍ତ୍ତମାନ ଇଡ୍କୋ ଓ ନୀଳଚକ୍ରନଗର ବସ୍ତିରେ ଅବକାରୀ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ।ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିବା ସହ ୮ ହଜାର ଲିଟର ପୋଚ ଓ ୨ ହଜାର ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ ।
ଯେତେ ମାତ୍ରାରେ ମଦ ଠାବ ହେଉଥିଲେ ମଧ୍ୟ ସୁଡ଼ଙ୍ଗ ଭିତରେ ଚାଲିଛି ମଦ ପ୍ରସ୍ତୁତି।ବାରମ୍ବାର ଚଢ଼ାଉ ହେଉଥିଲେ ମଧ୍ୟ କାହିଁକି ସଚେତନ ହେଉନାହାନ୍ତି ବ୍ୟବସାୟୀ ଅଥବା କିପରି ଏତେ ମାତ୍ରାରେ ପ୍ରସ୍ତୁତ ହୋଇପାରୁଛି ମଦ ତାକୁ ନେଇ ଚିନ୍ତାରେ ପ୍ରଶାସନ । ସେପଟେ ଚିକିଟି ମଦ ମୃତ୍ୟୁ ଘଟଣା ପରେ ସାଲିଆ ସାହିକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ରାଜ୍ୟରେ ବେଆଇନ ମଦ ଭାଟିରେ ଚଢାଉ କରାଯାଇ ଦେଶୀ ମଦ ଜବତ କରାଯିବା ସହ ମଦ ମାଫିଆଙ୍କୁ ଗିରଫ କରାଯାଉଛି।