Site icon UTKAL PRATIDIN

ଜମିଜମା ବିବାଦରୁ ଭାଇକୁ ଶାବଳରେ ପିଟି ହତ୍ୟା କଲା ଭାଇ

download (35)

ସମ୍ପତ୍ତି ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଭାଇକୁ ଶାବଳରେ ପିଟି ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହର କରୁଣ ପରିଣତି। ଭାଇକୁ ହତ୍ୟା କଲା ଭାଇ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ବଡ଼ବାପା ପୁଅ ଭାଇ ମାଡ଼ରେ ଦାଦାପୁଅ ଭାଇର ମୃତ୍ୟୁ। ମୃତକ ହେଲେ କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନ(୨୫)।

ଗତକାଲି ରାତି ପ୍ରାୟ ୮ଟା ସମୟରେ ଜମିଜମା ବିବାଦକୁ ନେଇ ବଡ଼ ବାପା ପୁଅ ଗୁଡୁ ଓ କୁଲୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ପରେ ଗୁଡୁ ଘରୁ ଏକ ଶାବଳ ଆଣି କୁଲୁଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଗୁରୁତର ଅବସ୍ଥାରେ କୁଲୁଙ୍କୁ ପରିବାର ଲୋକେ ନିକଟସ୍ଥ ଆଡ଼ପଡା ମେଡିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର କୁଲୁଙ୍କୁ ମୃତ ଘୋଷଣା କରିଥିଲେ।ଏହାପରେ ଘଟଣାସ୍ଥଳ ଏବଂ ମେଡିକାଲରେ ପାଟପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୁଲୁ ଖଲିଙ୍ଗୀ ବସଷ୍ଟାଣ୍ଡରେ ପରିବା ଦୋକାନ କରିଥିଲେ।

Exit mobile version