Site icon UTKAL PRATIDIN

ପ୍ରେମିକାକୁ ୩୧ ଖଣ୍ଡ କରି ଜଙ୍ଗଲରେ ପୋତିଦେଲେ ପ୍ରେମିକ!

Crime_1700914025

ନବରଙ୍ଗପୁର: ଯୁବତୀଙ୍କୁ ୩୧ ଖଣ୍ଡ। ତିଲାବତୀ ନାମକ ଯୁବତୀଙ୍କୁ କେହି ୩୧ ଖଣ୍ଡ କରି ପୋତି ଦେଇଥିଲା।  ପୋତା ଯାଇଥିବା ସ୍ଥାନରେ ନିକଟରେ ଥିବା ଗଛ ଏବଂ  ଜମିରେ ରକ୍ତ ଛିଟା ଦେଖି ଏହା ହତ୍ୟା ବୋଲି ଅନୁମାନ କରାଯାଉଛି। ଏପରି ଘଟଣା ଦେଖିବାକୁ ମିଳିଛି  ନବରଙ୍ଗପୁର ଜିଲ୍ଲାରେ।  ରାଇଘର ଥାନା ଅନ୍ତର୍ଗତ ଗୋନା ଗ୍ରାମ ମୁରମଡିହି ଜଙ୍ଗଲରୁ ତିଲାଗଣ୍ଡଙ୍କ ଶବ ଉଦ୍ଧାର କରିଛି ପୋଲିସ୍‌। ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ପୋଲିସ।

 ରାଇଘର ଥାନା ବାଘବେଡ଼ା ଗାଁର ଲୁବୁ ଗଣ୍ଡଙ୍କ ୨୩ ବର୍ଷୀୟ ଝିଅ ତିଲବତୀ ମୁରୁମଡିହି ଗ୍ରାମର ଚନ୍ଦ୍ର ରାଉତଙ୍କୁ ପ୍ରେମ କରୁଥିଲେ। ପତ୍ନୀ ଓ ୫ ଛୁଆ ଥାଇ ମଧ୍ୟ ତିଲବତୀଙ୍କୁ ଭଲ ପାଉଥିଲେ ଚନ୍ଦ୍ର। ଦେଢ଼ ବର୍ଷ ଧରି ଚାଲିଥିଲା ଏ ଚୋରା ପୀରତି। ହେଲେ ଝିଅ ପ୍ରେମ ସମ୍ପର୍କରେ କିଛି ଜାଣିପାରିନଥିଲେ ବାପା ଲୁବୁ ଗଣ୍ଡ। ତେବେ ଗତ ବୁଧବାର ସନ୍ଧ୍ୟା ବେଳେ କାହାକୁ କିଛି ନକହି ଘରୁ ବାହାରି ଆସିଥିଲେ ତିଲବତୀ। ସଞ୍ଜ ଯାଇ ରାତି ହେଲା। ହେଲେ ଘରକୁ ଫେରିଲେନି ଝିଅ। ବଢ଼ିଲା ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ। ତିଲବତୀଙ୍କ କୌଣସି ପତ୍ତା ପାଇନଥିଲେ।

ସେ ରାତି ଯେନତେନ କଟିଗଲା। ତା’ପର ଦିନ ପରିବାର ଲୋକ ବନ୍ଧୁବାନ୍ଧବ ଓ ସାଙ୍ଗ ସାଥୀଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ। ହେଲେ ତିଲବତୀଙ୍କୁ ପାଇନଥିଲେ। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ତିଲବତୀଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଥିଲା। ମୁରୁମଡିହି ଗାଁର ଚନ୍ଦ୍ରଙ୍କୁ ତିଲବତୀ ପ୍ରେମ କରୁଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହା ପରେ ପରିବାର ଲୋକ ଚନ୍ଦ୍ରଙ୍କ ଗାଁକୁ ଯାଇଥିଲେ। ତିଲବତୀଙ୍କ ସମ୍ପର୍କରେ ପଚାରିଥିଲେ। ମାତ୍ର ସେ ଧରାଛୁଆଁ ଦେଇନଥିଲେ।

ତେବେ ତିଲବତୀଙ୍କୁ ହତ୍ୟା କରାଯାଇଥିବା ମୁରୁମଡିହି ଗାଁ ଲୋକଙ୍କଠାରୁ ଶୁଣିବାକୁ ପାଇଥିଲେ ଲୁବୁ ଗଣ୍ଡଙ୍କ ପରିବାର ଲୋକେ। ଏହା ପରେ ଏନେଇ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ଉଠାଇ ଆଣି ଘନଘନ ଜେରା କରିଥିଲା। ଜେରା ବେଳେ ସେମାନେ ତିଲବତୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ତିଲବତୀଙ୍କୁ ମାରିବା ମୁରୁମଡିହି ଗ୍ରାମ୍ୟ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ଶରୀରକୁ ଚପଡରେ ହାଣି ୩୧ ଖଣ୍ଡ କରିଥିଲେ। ତା’ପରେ ତା’ ଡ୍ରେସ୍‌କୁ ପୋଡ଼ି ଦେଇଥିଲେ। ସବା ଶେଷରେ ଖଣ୍ଡଖଣ୍ଡ କରିଥିବା ମୃତଦେହକୁ ଗାତ ଖୋଳି ପୋତି ଦେଇଥିବା ଅଭିଯୋଗ ହୋଇଥିଲା।

ଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ବୟାନ୍ ଆଧାରରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଜଙ୍ଗଲରେ ମାଟି ତଳୁ ତିଲବତୀଙ୍କ ମୃତଦେହ ଜବତ କରିଛି। ମୃତଦେହ ୩୧ ଖଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଯେଉଁ ସ୍ଥାନରେ ତିଲବତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରାଯାଇଥିଲା ଓ ତାଙ୍କ ଡ୍ରେସ୍‌ ପୋଡ଼ା ଯାଇଥିଲା, ସେହି ସ୍ଥାନରେ ପୁଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଚଳାଇଛି। ଏହା ପ୍ରେମ ଜନିତ ହତ୍ୟା ହୋଇଥିବା ଚର୍ଚ୍ଚା ହେଉଛି। ତେବେ ରାଇଘର ପୁଲିସ୍‌ ଏବେ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Exit mobile version