Site icon UTKAL PRATIDIN

ଜଙ୍ଗଲରୁ ଉଦ୍ଧାର ହେଲା ଅପହୃତ ଯବାନଙ୍କ ମୃତଦେହ

j-2

ଜମ୍ମୁକାଶ୍ମୀର ନିର୍ବାଚନ ଫଳାଫଳ ଘୋଷଣା ପରେ ଗତକାଲି ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରରେ ଆତଙ୍କ ଖେଳାଇ ଦେଇଛନ୍ତି ।ଜମ୍ମୁକାଶ୍ମୀରରେ ଦୁଇଜଣ ଯବାନଙ୍କୁ ଗିରଫ କରିଛନ୍ତି ଆତଙ୍କବାଦୀ ।ଜଣେ ଯବାନ ଆତଙ୍କୀଙ୍କୁ ଚକ୍ମା ଦେଇ ଖସି ପଳାଇ ଆସିଥିବା ବେଳେ ଆଜି ପଥରୀବଲ ଜଙ୍ଗଲରୁ ଅପହୃତ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି।

ଏନେଇ ଭାରତୀୟ ସେନାର ବରିଷ୍ଠ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ମୃତ ଯବାନ ଜଣଙ୍କ ହେଲେ ହିଲାଲ ଅହମ୍ମଦ।ତେବେ ମିଳିଥିବା ସୂଚନା ଅନୁଯାୟୀ, ମୃତ ଯବାନଙ୍କ ଶରୀରରେ ଏକାଧିକ ଗୁଳିମାଡ଼ ସହ କ୍ଷତଚିହ୍ନ ରହିଛି। ଆତଙ୍କବାଦୀମାନେ ତାଙ୍କ ନୃଶଂସ ଭାବେ ହତ୍ୟା କରିଥିବା କୁହାଯାଉଛି।ଦୀର୍ଘ ୧୦ବର୍ଷ ପରେ ଜମ୍ମୁକାଶ୍ମୀରରେ ବିଧାନ ସଭା ନିର୍ବାଚନ ହୋଇଥିବା ବେଳେ ଆତଙ୍କବାଦୀ ମାନେ ଏପରି ଘଟଣା ଘଟାଇଛନ୍ତି ।

Exit mobile version