ବିଜେପି କେବଳ ପ୍ରତିଶ୍ରୁତି ଦେବାରେ ମାହିର ମାତ୍ର ତାକୁ ପୂରଣ କରିପାରେ ନାହିଁ ।ଓଡ଼ିଆ ଅସ୍ମିତାକୁ ଅସ୍ତ୍ର କରି ନିର୍ବାଚନୀ ଜିତିଥିଲା ମାତ୍ର ନିର୍ବାଚନ ଜିତିଲା ପରେ ପ୍ରତିଶ୍ରୁତି ପାଳନ କଲାନି।୪୨ବର୍ଷ ପରେ ଜଣେ ଅଣଓଡ଼ିଆଙ୍କୁ ମୁଖ୍ୟ ସାଶନ ସଚିବ ଭାବେ ଦାଇତ୍ୱ ଦେଇଛି ବିଜେପି ସରକାର ।ଅତିରିକ୍ତ ଭାବେ ପଦ ସୃଷ୍ଟି କରି ଶ୍ରୀମନ୍ଦିରରେ ଦାଇତ୍ୱ ନେଲେ ।
ଠିକ ସେହିପରି ଆଜି ମଧ୍ୟ ଜଣେ ଅଣଓଡ଼ିଆଙ୍କୁ ପୁଲିସ ଡିଜି ଭାବେ ନିଯୁକ୍ତି ଦିଆଯାଇଛି ।ଏହା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ ପଚାରିବା ସହ ରାଜ୍ୟବାସୀ ବିଜେପିର ଦୋମୁହାଁ ନୀତି ବିଷୟରେ ଜାଣିସାରିଲେଣି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।ଆହୁରି ମଧ୍ୟ ସେ କହିଛନ୍ତି ଓଡ଼ିଆରେ କଣ ଅଫିସରଙ୍କ କମି ଥିଲା ଯେ ଅଣଓଡ଼ିଆଙ୍କୁ ବଛାଗଲା ।