ଯାଜପୁର ଜିଲ୍ଲା ଛତିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ବାଇକକୁ ଧକ୍କା ଦେବା ପରେ ଏନଏଚ୍-୧୬ ଉପରେ ଜଳିଗଲା ବସ୍।ସୂଚନା ଅନୁସାରେ ଆଜି ସକାଳେ ‘ଚକାଡୋଳା’ ବସ୍ଟି ବାରିପଦାରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।
ଏହି ସମୟରେ ଏନ୍ଏଚ୍ ୧୬ ଛତିଆ ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା ବସ୍। ପରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ବାଇକକୁ କିଛି ବାଟ ଘୋଷାଡ଼ି ନେଇଥିଲା। ତା’ପରେ ବସ୍ରେ ହଠାତ୍ ନିଆଁ ଲାଗିଯାଇଥିଲାଓ ବସ ଟି ହୁତୁ ହୁତୁ ହୋଇ ଜଳିଥିଲା ।
ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କ ସହଅନ୍ୟ ୨ଜଣଙ୍କର ମୃତ୍ୟୁ ହୋଇଛି । ବସଟି ହୁତୁ ହୁତୁ ହୋଇ ଜାଳୁଥିବାରୁ ଘଟଣା ସ୍ଥଳରେ ଅଗ୍ନିଶମ ବାହିଁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ବସ୍ରେ ୮୦ରୁ ଅଧିକ ଯାତ୍ରୀ ଥିଲେ। ବସ୍ରେ ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀ ବସ୍ରୁ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲେ। ହେଲେ ସେମାନଙ୍କ ଜିନିଷ ପତ୍ର ନିଆଁ ପୋଡ଼ି ଜଳିଯାଇଛି।