ଚିକିଟି ମଦମୃତ୍ୟୁ ମାମଲା ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଛି ।ଏହି ଘଟଣାରେ ବିଧାନସଭାରେ ଗୃହରେ ମଧ୍ୟ ହଟ୍ଟଗୋଳ ହୋଇଥିଲା । ଏହା ପରେ ଚିକିଟି ମଦମୃତ୍ୟୁ ମାମଲାରେ ଗୃହରେ ଅବକାରୀ ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ୫୦୦ ଲିଟର ପୋଚ ନଷ୍ଟ ହୋଇଛି।ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି, ୨ ଜଣ ଅଟକ ଅଛନ୍ତି। ୩ ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ମଦ ସାମ୍ପଲ ଓ ମୃତକଙ୍କ ଭିସେରା ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ସରକାରୀ ଜାଗାରେ ମଦ ଦୋକାନକୁ ବୁଲଡୋଜର ଲଗାଇ ଭାଙ୍ଗିବା ସହିତ ବେଆଇନି ମଦ କାରବାରକୁ ସମ୍ପୂର୍ଣ ବନ୍ଦ କରାଯିବ ।
ରାଜ୍ୟରେ ସ୍କୁଲ, କଲେଜ ଓ ମନ୍ଦିର ନିକଟରେ ଯେପରି ମଦ ଦୋକାନ ରହିବ ନାହିଁ, ତାହାକୁ ସରକାର ସୁନିଶ୍ଚିତ କରିବାକୁ ମନ୍ତ୍ରୀ କହିଛନ୍ତି ।ଅବକାରୀ ମନ୍ତ୍ରୀଙ୍କ କଡା ସୂଚନା ବେଆଇନି ମଦ କାରବାରରେ ଲିପ୍ତ ବ୍ୟକ୍ତିଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।