ମାଟ୍ରିକ୍ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର ।ଘୋଷଣା ହେଲା ମାଟ୍ରିକ୍ ପରୀକ୍ଷା ତାରିଖ ।ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା ।ଫେବୃଆାରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ ୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ।୨୪ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ ସେହିପରି ୨୭ରେ ଗଣିତ, ମାର୍ଚ୍ଚ ୧ରେ ବିଜ୍ଞାନ ପରୀକ୍ଷା ହେବ ମାର୍ଚ୍ଚ ୩ରେ ସାମାଜିକ ବିଜ୍ଞାନ ଓ ୬ରେ ହିନ୍ଦୀ/ସଂସ୍କୃତ ପରୀକ୍ଷା ସକାଳ ୯ଟାରୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ ୧୧.୩୦ ପରିବର୍ତ୍ତେ ୧୧.୪୫ ରେ ଶେଷ ହେବ ଗଣିତ ପରୀକ୍ଷା ।ଉଭୟ ରେଗୁଲାର ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଓ ଗୋଟିଏ ପ୍ରଶ୍ନ ପତ୍ରରେ ହେବ ।ଏନେଇ ବୋର୍ଡ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ମାଟ୍ରିକ ପରୀକ୍ଷାକୁ ନେଇ ଆସିଲା ବଡ ଖବର
