Site icon UTKAL PRATIDIN

ସରକାରଙ୍କର ବଡ ନିଷ୍ପତି, ଓଡ଼ିଶାରେ ଵିକ୍ରି ହେବନି ବାହାର ରାଜ୍ୟର ଧାନ

IMAGE_1728994433

ଓଡ଼ିଶାରେ ଧାନ ବିକ୍ରି ନେଇ ରାଜସ୍ବ ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି ।ଧାନ କିଣା ବେଳେ ପଡ଼ୋଶୀ ରାଜ୍ୟ ସୀମା ସିଲ୍‌ ହେବ। ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ଧାନ ବିକ୍ରି କରିପାରିବେନି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଧାନକିଣା ବୈଠକରେ ନିଷ୍ପତ୍ତି ହୋଇଛି।ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକି ପାରିବେନି ଧାନ ।

ଧାନର ମାନ ଥରେ ହିଁ କେବଳ ମଣ୍ଡିରେ ଯାଞ୍ଚ ହେବ। ପୂର୍ବରୁ ମଣ୍ଡିରେ ଓ ମିଲ୍‌ରେ ଧାନର ମାନ ଯାଞ୍ଚ ହେଉଥିଲା।ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟର ସୀମାରେ ଚେକିଂ କଡାକଡି ହେବ । ବଡ କଥା ହେଲା ଜିଲ୍ଲାପାଳ ବଢାଇ ପାରିବେ ଚାଷୀଙ୍କ ଟୋକନ ସୀମା। ସେଥିପାଇଁ ଜିଲ୍ଲାପାଳଙ୍କୁ ଅଧିକୃତ କ୍ଷମତା ଦିଆଯିବ । ଆଉ ରାଜ୍ୟ ସରକାର ପାଖକୁ ପଠାଇବେନି ଜିଲ୍ଲା ସ୍ତରରେ ନିଷ୍ପତ୍ତି ନେଇ ପାରିବେ ।

Exit mobile version