Site icon UTKAL PRATIDIN

ଆସୁଛି ବଡଦିନ, ସଜେଇ ହେଲାଣି ଗୀର୍ଜାଘର

Christmas-church

ରାଉରକେଲା : ବଡଦିନ ଆସିବାକୁ ଆଉ ୪ ଦିନ ବାକି। ଏହାକୁ ନେଇ ରାଉରକେଲା ତଥା ଏହାର ଆଖ ପାଖରେ ଥିବା ଅଞ୍ଚଳ ଯେପରି ରାଜଗାଙ୍ଗପୁର, ବୀରମିତ୍ରପୁର, ବଣେଇରେ ବସବାସ କରୁଥିବା ଖ୍ରୀଷ୍ଟିଆନ ଭାଇ-ଭଉଣୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ବିଭିନ ଜିନିଷ କିଣିବା ଲାଗି ସେମାନେ ବଜ଼ାରରେ ଭିଡ ଲଗାଉଥିବା ଦେଖିବାକୁ ମିଳିଛି।

ସେପଟେ ବେପାରୀମାନେ ସାନ୍ତାକୃଜ଼ ପୋଷାକ, ରଙ୍ଗବେରଙ୍ଗର ମହମବତୀ, କେକ ବିକ୍ରି କରିବା ଦେଖିବାକୁ ମିଳୁଛି। ଗୀର୍ଜାଘରକୁ ରଙ୍ଗ ମରାଯିବା ସହ ଆଲୋକମାଳାରେ ସୁସଜିତ୍ତ କରାଯାଉଛି।

ବାହାରେ ରହୁଥିବା ବହୁ ଖ୍ରୀଷ୍ଟ ଭାଇମାନେ ବଡଦିନ ପୂର୍ବରୁ ନିଜଘରକୁ ଫେରିଵାକୁ ପ୍ରସ୍ତୁତ ହେବାରେ ମଧ୍ୟ ଲାଗିଲେଣି। ଏବେ ଖାଲି ଯାହା ବଡଦିନକୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି।

Exit mobile version