କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ବେନ ଗାଁ ବେତିଆପଡ଼ାରେ ଘଟିଛି ଅଭାବନୀୟ ଘଟଣା ।ମହୁମାଛି ଆକ୍ରମଣରେ କଲବଲ ହେଲେଣି ଲୋକେ ।ବେତିଆପଡା ଗାଁର ୫ଜଣ ବ୍ୟକ୍ତି ଗତ ଶୁକ୍ରବାର ସନ୍ଧ୍ୟାରେ ଟିଟିଙ୍ଗ ଝରଣ ମହୁଲ ଗଛ ଭଟା ଜଙ୍ଗଲକୁ ଜାଳେଣି କାଠ କାଟିବାକୁ ଯାଇଥିଲେ।
ହଠାତ ମହୁମାଛି ଦଳ ଆସି ଆକ୍ରମଣ କରିବାରୁ ଜଙ୍ଗଲରୁ ଘରକୁ ପଳେଇଆସିଥିଲେ।ଏହି ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଥିଲା ବେଳେ ୧ଜଣକର ମୃତ୍ୟୁ ହୋଇଛି ।ବୁରଜାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଗତ ରାତିରେ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତେ ସେଠାରେ ଆଜି ସକାଳେ ତାଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନଙ୍କ ଅବସ୍ଥାରେ ସୁଧାର ଆସିଥିବାସୂଚନା ମିଳିଛି ।