
ଦୁଇଦିନର ବ୍ରେକ ପରେ ଚାଲିବ ବିଧାନସଭା ଦୁଇଦିନର ବ୍ରେକ ପରେ ପୁଣି ଆଜି ସରଗରମ ହେବ ବିଧାନସଭା ।ଆଜି ପ୍ରଶ୍ନକାଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀଙ୍କ ବୀମା ବିଭାଗ ଉପରେ ଆଲୋଚନାର ବିଷୟ ରହିଛି ।ଅନ୍ୟପଟେ ଶୁଭଦ୍ରା ଯୋଜନାକୁ ନେଇ ଅନେକ ପ୍ରସଙ୍ଗ ଉଠିପାରେ ।ବିରୋଧୀଙ୍କ ପକ୍ଷରୁ ଗୃହ ମୁଲତବୀ କରିବାର ସୂଚନା ମିଳିଛି ।