
ସଲମାନ ଖାନଙ୍କୁ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଏହି ଅଭିଯୁକ୍ତ ଝାରଖଣ୍ଡର ଜାମଶେଦପୁରର ବୋଲି ଜଣା ପଡିଛି ।ମୁମ୍ବାଇ ପୋଲିସ ସୂଚନା ଅନୁସାରେ, ସଲମାନଙ୍କୁ ଧମକପୂର୍ଣ୍ଣ ମେସେଜ ଆସିଥିଲା।
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ବୁଝାମଣା କରିବା ପାଇଁ ୫ କୋଟି ଟଙ୍କା ମଗିଥିଲା ଅଭିଯୁକ୍ତ। ନଚେତ୍ ପରିଣାମ ଭୟଙ୍କର ହେବ ବୋଲି ଧମକ ମିଳିଥିଲା।ଜାମଶେଦପୁରରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଏହାପରେ ତାଙ୍କୁ ମୁମ୍ବାଇ ଅଣାଯିବ ଏବଂ ତଦନ୍ତ କରାଯିବ ।
ଅକ୍ଟୋବର ୨୧ରେ ଅଭିଯୁକ୍ତ ଏନେଇ କ୍ଷମା ମାଗିଥିଲା। ମୁମ୍ବାଇ ଟ୍ରାଫିକ ପୁଲିସର କଣ୍ଟ୍ରୋଲ ରୁମ୍ ହ୍ୱାଟସଆପ ନମ୍ବରକୁ ମେସେଜ କରି କ୍ଷମା ମାଗିଥିଲା। ସେ ଏହି ମେସେଜ୍ ଭୁଲରେ ପଠାଇଥିବା ସଫେଇ ଦେଇଥିଲେ।