Site icon UTKAL PRATIDIN

ଦୁର୍ଘଟଣା ଗସ୍ତ ହେଲା ବରିଷ୍ଠ ନାଗରିକ ଙ୍କ ତୀର୍ଥଯାତ୍ରୀ ବସ୍‌, ଜଣେ ଗୁରୁତର

school-bus-accident-1

ଜୟପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍‌ ଶୁଭାରମ୍ଭ ବେଳେ ଅଘଟଣ। ବ୍ରେକ୍‌ ଫେଲ୍‌ ହୋଇ ଦୁର୍ଘଟଣାଗ୍ରସ୍ତ ହେଲା ବସ୍ । ତୀର୍ଥଯାତ୍ରୀଙ୍କୁ ରାୟଗଡ଼ା ଷ୍ଟେସନକୁ ଛାଡ଼ିବାକୁ ଯିବାର ଥିଲା। କୋରାପୁଟ ସଂସ୍କୃତି ଭବନଠାରେ ଥିବା ବେଳେ ହଠାତ୍‌ ବସ୍‌ ବ୍ରେକ୍‌ ଫେଲ୍ ହୋଇଗଲା। ଏଥିରେ ବିଘ୍ନରାଜ ବେହେରା ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି।

ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ୨୧୦ବରିଷ୍ଠ ନାଗରିକଙ୍କୁ ନେଇ ବିହାରର ଗୟା ଓ ଉତ୍ତରପ୍ରଦେଶର ବାରଣାସୀ ଯିବାର କାର୍ଯ୍ୟକ୍ରମ ରହିଥିଲା। ଗୋଟିଏ ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ବସିଥିଲେ। ତେବେ ଅନ୍ୟ ଏକ ବସ୍‌କୁ ଶୁଭାରମ୍ଭ କରାଯାଉଥିବା ବେଳେ ହଠାତ୍‌ ବ୍ରେକ ଫେଲ ହୋଇଯାଇଥିଲ‌ା।

ଫଳରେ ତୀର୍ଥ ଯାତ୍ରୀ ରହିଥିବା ସ୍ଥାନରୁ ପ୍ରାୟ ୫୦୦ ମିଟର କୋରାପୁଟ ସୁନାବେଡ଼ା ରାସ୍ତା ଅତିକ୍ରମ କରି ଚନ୍ଦନ ପୋଖରୀ ପାଖ ପୁରୁଣା ବିଜୁ ବିଜୁ ପାଠାଗାର ଠାରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବସ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। କୋରାପୁଟ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Exit mobile version