Site icon UTKAL PRATIDIN

ଭାରତରେ ହେବ ୭୧ତମ ମିସ୍ ଓ୍ୱାର୍ଲ୍ଚ ପ୍ରତିଯୋଗିତା

WhatsApp Image 2023-08-30 at 15.59.52

୨୭ ବର୍ଷ ପରେ ଭାରତରେ ଆୟୋଜନ ହେବାକୁ ଯାଉଛି ୭୧ତମ ମିସ୍ ଓ୍ୱାର୍ଲ୍ଚ ପ୍ରତିଯୋଗିତା। ଜି ୨୦ ସମ୍ମିଳନୀ ସହ ଭାରତରେ ଆୟୋଜିତ ହେବାକୁ ଥିବାବେଳେ ବର୍ଷ ଶେଷ ଆଡ଼କୁ ମିସ୍ ଓ୍ୱାର୍ଲ୍ଚ ପ୍ରତିଯୋଗିତା କାଶ୍ମୀରରେ ଆୟୋଜିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ବିଶ୍ୱର ୧୪୦ ଦେଶ ଭାଗ ନେବେ। ଜାମ୍ମୁ ଓ କାଶ୍ମୀରରେ ଆୟୋଜିତ ମିସ୍ ଓ୍ୱାର୍ଲ୍ଚର ପ୍ରି-ଇଭେଣ୍ଟ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରାଯାଇଛି।

ମିସ୍ ଓ୍ୱାର୍ଲ୍ଚ କରୋଲିନା ବିଲାବସ୍କି କହିଛନ୍ତି ଯେ ସୁନ୍ଦରୀ ପ୍ରତିଯୋଗିତା ପାଇଁ କାଶ୍ମୀର ହିଁ ସବୁଠାରୁ ସୁନ୍ଦର ସ୍ଥାନ ଅଟେ। କାଶ୍ମୀର ସୌନ୍ଦର୍ଯ୍ୟରେ ଦେଖି ଆମେ ବିଭୋର ହୋଇଯାଇଛୁ। ୧୪୦ ଦେଶର ଏହି ଇଭେଣ୍ଟରେ ଭାଗନେବେ। ଏହି କାର୍ଯ୍ୟକ୍ରମରେ ମିସ୍ ଓ୍ୱାର୍ଲ୍ଡ ସିଇଓ ଜୁଲିଆ ଏରିକ୍ ଯୋଗଦେଇ ୭୧ତମ ମିସ୍ ଓ୍ୱାର୍ଲ୍ଚ ପ୍ରତିଯୋଗିତା ଆସନ୍ତା ଡିସେମ୍ବରରେ କାଶ୍ମୀରରେ ଆୟୋଜନ ନେଇ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଭାରତରେ ଶେଷଥର ପାଇଁ ୧୯୯୬ ମସିହା ଆୟୋଜିତ ହୋଇଥିଲା। ଏତେ ବର୍ଷ ପରେ ମିସ୍ ଓ୍ୱାର୍ଲ୍ଚ ପ୍ରତିଯୋଗିତା ଭାରତରେ ଆୟୋଜନ ହେବା ଗୌରବର ବିଷୟ । ତେବେ ଏହି ଘୋଷଣା ପରେ ଭାରତରେ ପ୍ରସ୍ତୁତି ଜୋରଦାର ହେବ ବୋଲି କୁହାଯାଇଛି ।

Exit mobile version