Site icon UTKAL PRATIDIN

ଜମ୍ମୁ-କଶ୍ମୀରରେ ଆତଙ୍କ ଖେଳାଇଲେ ଆତଙ୍କବାଦୀ, ଦୁଇ ଯବାନ ସହିଦ

jammu

ଜମ୍ମୁ-କଶ୍ମୀରରେ ଆତଙ୍କ ଖେଳାଇଛନ୍ତି ଆତଙ୍କବାଦୀ ।ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି ।ଜମ୍ମୁ-କାଶ୍ମୀରର ଗୁଲମର୍ଗ ନିକଟରେ ସେନା ଗାଡ଼ି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୨ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଏହା ବ୍ୟତିତ ୩ ଜଣ ଯବାନ ଆହତ ହୋଇଛନ୍ତି।

ଆହତ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ଏହି ଘଟଣାରେ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଏହା ଏକ ଚିନ୍ତାର ବିଷୟ ବୋଲି କହିଛନ୍ତି।ବାରମ୍ବାର ଆତଙ୍କବାଦୀଙ୍କ ଆକ୍ରମଣ ହେଉଥିବା ଯୋଗୁଁ ସରକାର ଏ ବିଷୟରେ ଆଲୋଚନା କରିବା ସହ ସେନାକୁ ଅଧିକ ସୁଦୃଢ କରିବା ପାଇଁ ବଚନବଦ୍ଧ ହୋଇଛନ୍ତି ।

Exit mobile version