Site icon UTKAL PRATIDIN

ଆତଙ୍କ ଖେଳାଇଲେ ଆତଙ୍କବାଦୀ

IMAGE_1725261153

ଦିନକୁ ଦିନ ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ବଢ଼ିବାରେ ଲାଗିଛି ।ଜମ୍ମୁରେ ଥିବା ଆର୍ମି ବେସ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ସେନା କ୍ୟାମ୍ପକୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ଅତର୍କିତ ଗୁଳିଚାଳନା କରିଥିଲେ । ଆତଙ୍କବାଦୀଙ୍କ ଗୁଳିଚାଳନାର ପାଲଟା ଜବାବ ଦେଇଥିଲେ ଭାରତୀୟ ସେନା ।

ଏଥିରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି।ବର୍ତ୍ତମାନ ସେହି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି।ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରି ସେନା ପକ୍ଷରୁ ନିର୍ଦେଶ ଦିଆଯାଇଛି ।ବାରମ୍ବାର ଜାମୁ କାଶ୍ମୀରରେ ଆତଙ୍କବାଦୀ ଏଭଳି କାର୍ଯ୍ୟକ୍ରମ ବୃଦ୍ଧି ପାଉଥିବାରୁ ସରକାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛନ୍ତି ।

Exit mobile version