
ଜମ୍ମୁକାଶ୍ମୀରରେ ସେନାକୁ ବଡ ସଫଳତା ।ଜମ୍ମୁକାଶ୍ମୀରର ବାରମୁଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । କାଶ୍ମୀରର ଉରି ସେକ୍ଟରରେ କଣ୍ଟ୍ରୋଲ୍ ଲାଇନ୍ ଦେଇ ଅନୁପ୍ରବେଶ କରୁଥିବା ବେଳେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।
ଆତଙ୍କବାଦୀଙ୍କ ଅନୁପ୍ରବେଶ ପରେ ଉଭୟ ଆତଙ୍କବାଦୀ ଓ ସେନା କର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏବେ ବି ଉରୀରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସେନାର ଯବାନମାନେ ।