Site icon UTKAL PRATIDIN

ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହାମଲା

261007423a62d83

ପାକିସ୍ତାନର ବଲୁଚିସ୍ତାନରେ ଆତଙ୍କୀ ହମଲା ।ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍‌ ଉପରକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି ଆତଙ୍କବାଦୀ।ଏହି ଆକ୍ରମଣରେ ୨୩ ଜଣ ଯାତ୍ରୀଙ୍କ ପରଲୋକ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି। ମୃତକ ମାନେ ସମସ୍ତେ ପଞ୍ଜାବର ବୋଲି ସୂଚନା ମିଳିଛି ।ସେମାନଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ ଯାତ୍ରୀଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା ବୋଲି ଖବର ମିଳିଛି । ଆତଙ୍କବାଦୀମାନେ ୧୦ଟି ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ବେଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ସର୍ଫରାଜ ବଗତି ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Exit mobile version