ନେପାଳରେ ବଡ ଧରଣର ଦୁର୍ଘଟଣା ଘଟିଥିବା ଜଣାପଡିଛି ।ନେପାଳର ନୂଆକୋଟ ଜିଲ୍ଲାରେ ଯାତ୍ରୀବାହୀ ହେଲିକପ୍ଟର ଦୁର୍ଘଟଣା ହୋଇଛି ।ଏହି ଦୁର୍ଘଟଣାରେ ପାଇଲଟକୁ ମିଶାଇ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗାନ ମାଧ୍ୟମରୁ ସୂଚନା ମିଳିଛି ।ଏତେ ଭୟଙ୍କର ଭାବେ ଦୁର୍ଘଟଣା ହୋଇଥିଲା ଯେ ହେଲିକେପ୍ଟରଟି ସମ୍ପୂର୍ଣ ଭାବେ ଜଳିଯାଇଥିଲା ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିମାନଟି କାଠମାଣ୍ଡୁରୁ ରାସୁୱା ଯାଉଥିଲା । ନୂଆ କୋଟ ଜିଲ୍ଲାରେ ଥିବା ସୂର୍ଯ୍ୟ କୌର-୭ ନିକଟରେ ଏହା ଏକ ପାହାଡ଼ରେ ପିଟି ହୋଇଯାଇ ଜଙ୍ଗଲ ଭିତରକୁ ଖସି ପଡିଥିଲା ।ଦୁର୍ଘଟଣା ଟିଏତେ ଭୟଙ୍କର ଥିଲା ଯେ ବିମାନଟି ଜାଳି ସମ୍ପୂର୍ଣ ପାଉଁଶ ହୋଇଯାଇଥିଲା ।ଉଦ୍ଧାରକରି ଟିମ ତୁରନ୍ତ ଘଟଣା ସ୍ଥଳରେ ପହଂଚିଥିଲେ ମଧ୍ୟ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଗତ ଜୁଲାଇ ୨୪ ତାରିଖରେ କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣା ଘଟିଥିଲା ।ଯାହା ସାରା ବିଶ୍ୱକୁ ସ୍ତବ୍ଦ କରିଦେଇଥିଲା ।ଏହି ଦୁର୍ଘଟଣାରେ ୧୮ ଜଣଙ୍କର ଜୀବନ ଯାଇଥିଲା ।ସେ ଘଟଣା ମନରୁ ନଲିଭୁଣୁ ନେପାଳରେ ପୁଣି ଏକ ଦୁର୍ଘଟଣା ବିମାନ ଚଳାଚଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।