
ବ୍ରାଜିଲ : ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି । ବ୍ରାଜିଲର ଆମାଜନରେ ଫ୍ଲାଇଟ୍ କ୍ରାସ୍ କରିବା ଯୋଗୁ ୧୪ଜଣଙ୍କ ମୃତ୍ୟୁ ଘଟିଛି । ପାଗ ଖରାପ ଯୋଗୁଁ ସଠିକ ଅବତରଣ ହୋଇ ନପାରି ଏପରି ଦୁର୍ଘଟଣା ଘଟିଛି l ବ୍ରାସେଲସ୍ ସହରର ଉତ୍ତର ପ୍ରାନ୍ତରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ସୂଚନା ରହିଛି ।
ବିମନରେ ୨ଜଣ କ୍ରିଉ ମେମ୍ବରଙ୍କ ସହ ୧୨ ଜଣ ପର୍ଯ୍ୟଟକ ଯାତ୍ରା କରୁଥିଲେ । ତେବେ ଆମାଜନ ଗଭର୍ଣ୍ଣର ୱିଲସନ୍ ଲିମାଙ୍କ ସୂଚନା ଦେଇ କହିଛନ୍ତି, ବିମାନ କ୍ରାସରେ ୧୨ ଯାତ୍ରୀଙ୍କ ସହିତ ୨ କ୍ରିଉ ଷ୍ଟାଫ ସମସ୍ତ ୧୪ଜଣ ପ୍ରାଣ ହରାଇଛନ୍ତି । EMB-110 ନମ୍ବର ବିମାନ ଆମାଜନ ରାଜଧାନୀ ମାନାଉସରୁ ବ୍ରାସେଲସ୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ୯୦ ମିନିଟର ଯାତ୍ରା ବେଳେ ରିଓ ନେଗ୍ରୋରେ ଖସି ପଡ଼ିଥିଲା । ମିଳିଥିବା ସୂଚନା ଅନୁସାରେ, ସମସ୍ତ ପର୍ଯ୍ୟଟକ ସ୍ପୋର୍ଟ ଫିସିଂ ପାଇଁ ଯାଉଥିଲେ । ଅନ୍ୟପଟେ ବ୍ରାଜିଲ୍ ସିଭିଲ୍ ଡିଫେନ୍ସର ସୂଚନା ଅନୁସାରେ, ବିମାନର ୧୨ ଯାତ୍ରୀଙ୍କ ସହ ପାଇଲଟ୍ ଓ କୋ-ପାଇଲଟ୍ ରହିଥିଲେ । ସମସ୍ତଙ୍କ ମୃତ୍ୟୁ ହୋଇଛି । ବିମାନ ଅବତରଣ ସମୟରେ ପ୍ରବଳ ବର୍ଷା ହେଉଥିଲା । ଖରାପ ପାଗ ଯୋଗୁ ଅବତରଣ ବେଳେ ଫ୍ଲାଇଟ୍ କ୍ରାସ କରିଥିବା କୁହାଯାଉଛି ।