Site icon UTKAL PRATIDIN

ହଷ୍ଟେଲରେ ଉତ୍ତେଜନା, ଖାଇବା ଥାଳିରୁବାହାରିଲା ଝିଟିପିଟି ଓ ବିଛା

lizard_1728097721

ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ ହଷ୍ଟେଲରେ ଘଟିଛି ଏକ ଅଭାବନୀୟ ଘଟଣା ।ହଷ୍ଟେଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।ପୋଲିସ ପହଂଚି ବୁଝା ଯୁଝ କରିବା ପରେ ଉତ୍ତେଜନା କମିଥିଲା ।

ଗତକାଲି ରାତିରେ ପିଲାମାନଙ୍କୁ ରାତ୍ରି ଭୋଜନରେ ରୁଟି ସହ ଆଳୁ ତରକାରୀ ଦିଆଯାଇଥିଲା। ପିଲାମାନେ ଖାଇବା ବେଳେ ତରକାରୀରୁ ବିଛା ଓ ମଲା ଝିଟିପିଟି ବାହାରିଥିଲା। ପିଲାମାନେ ସେହି ଖାଇବା ଫୋପାଡ଼ି ଦେବା ସହ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

ହଷ୍ଟେଲ କର୍ତ୍ତୃପକ୍ଷ ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ପିଲାଙ୍କୁ ବୁଝାସୁଝା କରି ହଷ୍ଟେଲ ଭିତରକୁ ପଠାଇ ଦେଇଥିଲେ।

Exit mobile version