ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରରେ ପାରଦ ଉପର ମୁହାଁ । ଆଜି ଦିନ ୨ଟା ୩୦ ମିନିଟ୍ ସୁଦ୍ଧା ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଆଜି ଚାନ୍ଦବାଲି ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି । ଆଗାମୀ ଦିନରେ ରାଜ୍ୟରେ ତାପମାତ୍ରା ବଢ଼ିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ ।
ମାର୍ଚ୍ଚ ମାସ ଆରମ୍ଭ ହେଉ ହେଉ ତାତି ୩୮ ଡିଗ୍ରୀ ଟପି ସାରିଲାଣି । ଗତକାଲି ୧୧ ସହରରେ ତାପମାତ୍ରା ୩୭ ଡିଗ୍ରୀ ବା ଏହାଠାରୁ ଅଧିକ ରହିଥିଲା । ଝାରସୁଗୁଡ଼ାରେ ୩୮.୨, ବଲାଙ୍ଗୀରରେ ୩୮, ସୋନପୁରରେ ୩୭.୭, ଅନୁଗୁଳରେ ୩୭.୭, ସମ୍ବଲପୁରରେ ୩୭.୬, ସୁନ୍ଦରଗଡ଼ରେ ୩୭.୫, ଭବାନୀପାଟଣାରେ ୩୭.୨, ହୀରାକୁଦରେ ୩୭.୧, ବୌଦ୍ଧରେ ୩୭ ଓ ବାରିପଦାରେ ୩୭ ଡିଗ୍ରୀ ରେକର୍ଡ ହୋଇଥିଲା ।
ମାର୍ଚ୍ଚ ଓ ଏପ୍ରିଲ ମାସରେ ତାପମାତ୍ରା ଅଧିକ ରହିବା ସହ ଲମ୍ବା ସମୟ ଧରି ଜାରି ରହିବ ଗ୍ରୀଷ୍ମ ପ୍ରବାହ । ମେ‘ ମାସ ଯାଏଁ ସ୍ବାଭାବିକଠୁ ଅଧିକ ତାପମାତ୍ରା ଲାଗି ରହିବ । ଆଗକୁ ସ୍ଥିତି ଅସମ୍ଭାଳ ହେବ । ଦିନ ସହ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି । ମାର୍ଚ୍ଚରେ ମଧ୍ୟ ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଆଶଙ୍କା ରହିଛି ବୋଲି ଆଶଂକା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।