Site icon UTKAL PRATIDIN

୨୫ ସେଲିବ୍ରିଟିଙ୍କ ନାଁରେ ଏତଲା, ଫସିଛନ୍ତି ସାଉଥର ବଡ ବଡ ଷ୍ଟାର

l230_27551742457443

ହାଇଦ୍ରାବାଦ; ରାଣା ଦଗୁବାତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଓ ମଞ୍ଚୁ ଲକ୍ଷ୍ମୀଙ୍କ ସମେତ ପ୍ରାୟ ୨୫ ଜଣ ଲୋକପ୍ରିୟ ସେଲିବ୍ରିଟି ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛି ତେଲଙ୍ଗାନା ପୁଲିସ। ଏମାନଙ୍କ ବିରୋଧରେ ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ଯେଉଁମାନଙ୍କ ବିରୋଧରେ ତେଲଙ୍ଗାନା ପୁଲିସ ଏତଲା ଦାୟର କରିଛି ସେମାନଙ୍କ ମଧ୍ୟରେ ୬ ଜଣ ଟଲିଉଡ ତାରକା ଅଛନ୍ତି। ମିୟାପୁର ଥାନାରେ ଏତଲା ଦାୟର ହୋଇଛି। କୁହାଯାଉଛି ଯେ, ୩୨ ବର୍ଷୀୟ ବ୍ୟବସାୟୀ ଫନୀନ୍ଦ୍ର ଶର୍ମା ଏକ ପିଟିସନ ଦାଖଲ କରିଥିଲେ, ଯାହା ଆଧାରରେ ହାଇଦ୍ରାବାଦର ମିୟାପୁର ଥାନାରେ ଏତଲା ଦାୟର ହୋଇଛି।

ତେବେ ମିଳିଥିବା ସୂଚନା ଅନୁସାରେ, ଉକ୍ତ ଅଭିଯୁକ୍ତ ଅଭିନେତା ଏବଂ ମିଡିଆ ଇନଫ୍ଲୁଏନ୍ସରଙ୍କ ବିରୁଦ୍ଧରେ ଭାରତ ନ୍ୟାୟ ସଂହିତାର ଧାରା ୩୧୮(୪), ୧୧୨(ଆର/ଡବ୍ଲୁ) ୪୯, ତେଲେଙ୍ଗାନା ରାଜ୍ୟ ଗେମିଂ ଆଇନ (ଟିଏସଜିଏ)ର ଧାରା ୪ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୬-ଡି ଅନୁଯାୟୀ, ସେଲିବ୍ରିଟିଙ୍କ ପ୍ରମୋସନକୁ ବିଶ୍ବାସ କରି ଲୋକେ ଠକେଇର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏହି ଆଇନଗତ ବ୍ୟବସ୍ଥାଗୁଡ଼ିକ ପ୍ରତାରଣାମୂଳକ କାର୍ଯ୍ୟକଳାପ, ବେଆଇନ ଗେମିଂ ପ୍ରୋତ୍ସାହନ ଏବଂ ଅନଲାଇନ୍ ପ୍ରତାରଣା ସହିତ ଜଡିତ କରି ଜଣେ ବ୍ୟବସାୟୀ ଏହି ଅଭିଯୋଗ କରିବା ପରେ ମାମଲା ରୁଜୁ କରିଛି ତଦନ୍ତକାରୀ ଟିମ୍ ।

ଉକ୍ତ ଏଫଆଇଆରରେ ଉଲ୍ଲେଖ ରହିଛି ଯେ, ରାଣା ଡାଗ୍ଗୁବତୀ ଏବଂ ପ୍ରକାଶ ରାଜ ଜଙ୍ଗଲୀ ରମିର ପ୍ରୋତ୍ସାହନ ସହିତ ଜଡିତ ଥିବା ବେଳେ ବିଜୟ ଦେବରକୋଣ୍ଡା ଏ ୨୩ ବେଟିଂ ଆପରେ ପ୍ରମୋସନ କରୁଥିଲେ । ସେହିପରି ମାଞ୍ଚୁ ଲକ୍ଷ୍ମୀ ୟୋଲୋ ୨୪୭, ପ୍ରଣୀଥା ଫେୟାରପ୍ଲେ ଏବଂ ନିଧି ଅଗ୍ରୱାଲ ଜିତ ୱିନ୍ ବେଟିଂ ଆପ ସହ ଜଡିତ ଥିଲେ । ଏହି ଅଭିନେତା ଏବଂ ଇନଫ୍ଲୁଏନ୍ସରମାନେ ଅନଲାଇନ୍ ପପ୍-ଅପ୍ ବିଜ୍ଞାପନ ମାଧ୍ୟମରେ ଏହି ବେଟିଂ ପ୍ଲାଟଫର୍ମଗୁଡ଼ିକୁ ପ୍ରୋତ୍ସାହିତ କରୁଥିଲେ, ଯାହା ବ୍ୟବହାରକାରୀମାନଙ୍କୁ ବେଆଇନ ଜୁଆରେ ଲିପ୍ତ ହେବାକୁ ଉତ୍ସାହିତ କରୁଥିଲା । ଯେଉଁଥିରେ ପ୍ରୋତ୍ସାହିତ ହୋଇ ଅନେକ ଲୋକ ଠକେଇର ଶିକାର ହୋଇଛନ୍ତି ।

Exit mobile version