 
        ଭାରତ ପାଇଁ ପୁଣି ଗୌରବ ନେଇ ଆସିଛନ୍ତି ଭାରତୀୟ ହକି ଖେଳାଳି । କାଂସ୍ୟ ପଦକ ହାସଲ କରିଥିବା ଟିମ୍ ଖେଳାଳିଙ୍କୁ ବିଭିନ୍ନ ଦିଗରୁ ପ୍ରଂଶସା କରାଯାଉଛି । ତେବେ ଖେଳାଳିଙ୍କ ସହ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ମନେ ପକାଇଛନ୍ତି ଲୋକେ । ତା ସହିତ ବିଜେଡି ନେତା ସ୍ବୟଂ ପ୍ରକାଶ ମହାପାତ୍ର ଏକ୍ସରେ ଲେଖିଛନ୍ତି ଯେ ସବୁ ମାଟି ଭାଗ୍ୟରେ କୁମ୍ଭାର ନଥାନ୍ତି । ହକି ଖେଳକୁ ପୂର୍ଣ୍ଣର୍ଜିବତ କରିବାରେ ନବୀନ ପଟ୍ଟନାୟକଙ୍କ ଭୂମିକାକୁ ସେ ମନେପକାଇଦେଇଛନ୍ତି ।
ଏହି କ୍ରିଡାକୁ ଜୀବନ୍ୟାସ ଦେଇ ହକିର ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଥିବାରୁ ଖେଳାଳିଙ୍କ ସହ ନବୀନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛି ଦଳ । ସେପଟେ ହକି ଖେଳାଳିଙ୍କ ସହ କଥା ହୋଇ ଭାବବିହ୍ବଳ ହୋଇପଡିଛନ୍ତି ପୂର୍ବତନ ସିଏମ୍ । ନବୀନ ବିଜୟୀ ହକି ଟିମ୍ ସହ କଥା ହୋଇ କହିଥିଲେ ଯେ, ହକି ପାଇଁ ଓଡ଼ିଶାରେ ଅନେକ କାର୍ଯ୍ୟ କରାଯାଇଛି । ଭାରତୀୟ ହକି ଟିମ ଲଗାତାର ଦ୍ୱିତୀୟଥର ଅଲିମ୍ପିକ ଖେଳରେ କାଂସ୍ୟ ପଦକ ହାସଲ କରିଛି । ଯାହା ଆମ ପାଇଁ ଗୌରବର ବିଷୟ ।ଏହାରି ମଧ୍ୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାବବିହ୍ୱଳ ହୋଇଛନ୍ତି। ଭାରତୀୟ ହକି ଟିମର ବିଜୟକୁ ନେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଭାରତୀୟ ଟିମର ଏହି ଐତିହାସିକ ପଦକ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି । ବ୍ୟକ୍ତିଗତ ଭାବେ ମୋ ପାଇଁ ମଧ୍ୟ ଏହା ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ । ବିଶ୍ୱାସ ରହିଛି ଯେ, ହକିର ପୁରୁଣା ଦିନ ଫେରିବ ଏବଂ ଦେଶ ପାଇଁ ଆହୁରି ଅଧିକ ଗୌରବ ଆଣିବ । ନବୀନ ପଟ୍ଟନାୟକ ଭାରତୀୟ ହକି ଟିମଙ୍କ ସହ ଭିଡିଓ କଲରେ ମଧ୍ୟ କଥା ହୋଇଛନ୍ତି।
ସେ ଏହି କଥାବର୍ତ୍ତାର ଭିଡିଓ ସେୟାର କରି ଲେଖିଛନ୍ତି ଯେ, ବିଜୟୀ ଭାରତୀୟ ହକି ଟିମଙ୍କ ସହ କଥା ହେବା ଏବଂ ଅଲିମ୍ପିକରେ ଲଗାତାର କାଂସ୍ୟ ପଦକ ସହ ଇତିହାସରେ ଏହାର ନିଜ ନାମ ଲିପିବଦ୍ଧ କରିବା ଲାଗି ଟିମକୁ ଅଭିନନ୍ଦନ ଜଣାଇବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ଏହି ଐତିହାସିକ ସଫଳତା ପାଇଁ ଓଡ଼ିଶାର ସମସ୍ତେ ଏବଂ ଭାରତର ଲୋକମାନେ ଗର୍ବିତ। ଭାରତୀୟ ହକି ଟିମ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛି । ସ୍ପେନକୁ ୨-୧ ଗୋଲରେ ହରାଇ ଭାରତ ଏହି ସଫଳତା ହାସଲ କରିଛି । ଟୋକିଓ ପରେ ପ୍ୟାରିସ ଅଲମ୍ପିକ୍ସରେ ବି ଭାରତ ବ୍ରୋଞ୍ଜ ପଦକ ଜିତିଛି ।
 
         
         
         
         
         
        