Site icon UTKAL PRATIDIN

ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରନ୍ତି ଗୁରୁ

IMG_20220904_144730

ଆଜି ପବିତ୍ର ଗୁରୁ ଦିବସ । ଗୁରୁ ଶିଷ୍ୟର ସମ୍ପର୍କ ବହୁ ପୁରାତନ କାଳରୁ ରହିଆସିଛି ।ଗୁରୁ ବିନା ଶିଶୁର ଜୀବନ ଅନ୍ଧକାର ।ଅନ୍ଧାରରୁ ଆଲୋକର ପ୍ରଦୀପ ଯିଏ ଜଳିଥାନ୍ତି ସେ ହେଉଛନ୍ତି ଗୁରୁ ।ଗୁରୁ ଶିଶୁର ପଥ ପ୍ରଦର୍ଶକ ହୋଇଥାନ୍ତି ।ଆଜି ପବିତ୍ର ଗୁରୁ ଦିବସ ଉପଲକ୍ଷେ ଶିକ୍ଷକଙ୍କ ଭୂମିକାକୁ ମନେ ପକାଉଛି ସାରା ଦେଶ।ସାରା ଦେଶ ସେପ୍ଟେମ୍ବର ୫କୁ ଗୁରୁଦିବସ ରୂପେ ପାଳନ କରୁଛି ।

ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପୂଣ୍ୟତିଥି । 1888 ମସିହା ସେପ୍ଟେମ୍ବର 5 ତାରିଖରେ ଜନ୍ମ ହୋଇଥିଲେ ସେ । ତେବେ ତାଙ୍କ ଜୀବନକାଳରେ ରାଧାକ୍ରିଷ୍ଣନ ମହାନ ଆଦର୍ଶ ଶିକ୍ଷକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଏ।ଶିକ୍ଷାପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ବରେ ପାଳିତ ହେଉଛି ଗୁରୁ ଦିବସ । ଗୁରୁ ବିନା କେହି ସଫଳତା ପାଇପାରି ନଥାଏ । ତାଙ୍କ ସ୍ଥାନ ଅପୂରଣନୀୟ ।

ଗୁରୁ ଦିବସରେ ଗୁରୁଙ୍କୁ କୋଟି କୋଟି ପ୍ରଣାମ । ଶିଶୁର ପ୍ରଥମ ଗୁରୁ ତା ମା ହୋଇଥାଏ ପରେ ଶିଶୁ ଟି ଯେତେବେଳେ ବିଦ୍ୟାଲାଭ କରିବାକୁ ବିଦ୍ୟାଳୟ ଯାଇଥାଏ ସେତେବେଳେ ଗୁରୁ ଅର୍ଥାତ ଶିକ୍ଷକ ତା ହାତ ଧରି ଆଗେଇ ନେଇଥାନ୍ତି ।ସୁରୁ ଶିଷ୍ୟ ସମ୍ପର୍କର ମୁକସାକ୍ଷୀ ଏକଲବ୍ୟ ଓ ଦ୍ରୋଣାଚାର୍ଯ୍ୟ।

Exit mobile version