Site icon UTKAL PRATIDIN

ଫିସ୍‌ ତାୱା ଫ୍ରାଏ

maxresdefault

ଆବଶ୍ୟକୀୟ ସାମଗ୍ରୀ – ପାମ୍ପ୍ଲେଟ ମାଛ ୪ଟି, ଧଣିଆପତ୍ର, ପୁଦିନାପତ୍ର, କଞ୍ଚାଲଙ୍କା ୪ଟି, ଦହି ୨ ଚାମଚ, ଜିରାଗୁଣ୍ଡ ୧ଚାମଚ, ଧଣିଆଗୁଣ୍ଡ ୧ଚାମଚ, ଲଙ୍କାଗୁଣ୍ଡ ୧ଚାମଚ, ହଳଦୀଗୁଣ୍ଡ ୧ଚାମଚ, ଗରମ ମସଲା ୧ଚାମଚ, ଗୋଲମରିଚ ଗୁଣ୍ଡ ୧ଚାମଚ, ରିଫାଇନ ତେଲ, ବେସନ ୧ ଚାମଚ, ସୁଜି ୧ ଚାମଚ, କର୍ଣ୍ଣଫ୍ଲୋର ୧ ଚାମଚ, ଅଦା ୧ ଇଞ୍ଚ, ରସୁଣ ୬ କୋଲା, ସ୍ୱାଦ ଅନୁଯାୟୀ ଲୁଣ

ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ ମାଛକୁ ପରିସ୍କାର କରି ଧୋଇ ଦିଅନ୍ତୁ। ମାଛର ଉପର ଅଂଶରେ ଛୁରୀରେ କଟା ଦାଗ ଦେଇଦିଅନ୍ତୁ ଏବଂ ୧ଚାମଚ ଲୁଣ ଓ ହଦଳୀ ଦେଇ ଭଲଭାବରେ ଗୋଳେଇ ଦିଅନ୍ତୁ। ପୁଦିନା ପତ୍ର, ଧଣିଆପତ୍ର, କଞ୍ଚାଲଙ୍କାକୁ ପେଷ୍ଟ କରି ଦିଅନ୍ତୁ। ରସୁଣ ଓ ଅଦାକୁ ପେଷ୍ଟ କରିଦିଅନ୍ତୁ। ଏକ ପାତ୍ରରେ ୨ ଚାମଚ ପୁଦିନା ଓ ଧଣିଆ ପତ୍ର ପେଷ୍ଟ, ଅଦା ରସୁଣ ପେଷ୍ଟ, ଦହି, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ, ଧଣିଆଗୁଣ୍ଡ, ଗୋଲମରିଚ ଗୁଣ୍ଡ, ବେସନ, ସୁଜି, କର୍ଣ୍ଣଫ୍ଲୋର ପକେଇ ଭଲ ଭାବରେ ଫେଣ୍ଟି ପେଷ୍ଟ ବନାନ୍ତୁ। ତାପରେ ଏହି ପେଷ୍ଟକୁ  ମାଛରେ ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ। ଏବେ ତାୱା ଗରମ କରି ତା ଉପରେ ୪ ଚାମଚ ତେଲ ଦିଅନ୍ତୁ। ତେଲ ଗରମ ହେଇଗଲା ପରେ ଆଞ୍ଚକୁ କମାଇ ତା ଉପରେ ମାଛକୁ ପକାନ୍ତୁ। କିଛି ସମୟ ପରେ ମାଛକୁ ଓଲଟାଇ ଦିଅନ୍ତୁ। ଏହିପରି ୧୦-୧୫ ମିନିଟ୍‌ ମାଛକୁ ଓଲଟ ପାଲଟ କରି ସେକନ୍ତୁ। ତାପରେ ଏହାକୁ ଗରମ ଗରମ ଏକ ପ୍ଲେଟରେ କାଢ଼ି ତା ଉପରେ ପିଆଜ, ଲେମ୍ବୁ, ଚାଟ୍‌ ମସଲା ଓ ବିଟଲୁଣ ଛିଞ୍ଚି ଖାଇବାକୁ ଦିଅନ୍ତୁ।

Exit mobile version