
ଗଞ୍ଜାମ: ମାନ୍ୟତା ଅନୁସାରେ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ସତୀଙ୍କ ଶରୀରକୁ ସମୁଦାୟ ୫୧ ଖଣ୍ଡରେ କାଟିଥିଲା, ଆଉ କିଛି କିମ୍ବଦନ୍ତୀ ଅନୁସାରେ ୧୦୮ ଖଣ୍ଡ ମଧ୍ୟ ବର୍ଣ୍ଣନା ରହିଛି। ଦେବୀ ସତୀଙ୍କ ଶରୀରରୁ ଖଣ୍ଡିତ ୫୧ଟି ଅ°ଶ ଏବଂ ଆଭୁଷଣ ପୃଥିବୀ ପୃଷ୍ଠରେ ଯେଉଁଠି ପଡିଥିଲେ, ସେହି ସବୁ ସ୍ଥଳମାନଙ୍କୁ ପବିତ୍ର ଶକ୍ତିପିଠ କୁହାଯାଏ। ଏହି ୫୧ ଶକ୍ତିପିଠର ନାମକରଣ ସସ୍କୃତ ବର୍ଣ୍ଣମାଳାର ୫୧ଟି ଅକ୍ଷର ଅନୁସାରେ ହୋଇଛି। ଏହି ଶକ୍ତିପିଠ କେବଳ ବର୍ତ୍ତମାନ ଭାରତର ରାଜନୈତିକ ମାନଚିତ୍ରର ବିଭିନ୍ନ ଅ°ଶରେ ନୁହେଁ ବର° ନେପାଳ, ତିବ୍ବତ୍, ଶ୍ରୀଲଙ୍କା, ପାକିସ୍ତାନ, ବା°ଲାଦେଶ୍ ଆଦି ସ୍ଥାନରେ ମଧ୍ୟ ବିଦ୍ୟମାନ। ସେଥିମଧ୍ୟରୁ କିଛି ଶକ୍ତିପୀଠ ଆମ ରାଜ୍ୟରେ ମଧ୍ୟ ଅଛି । ଆଉ ତନ୍ମଧୟରୁ ମା ତାରାତାରିଣୀ ପୀଠ ଅନ୍ୟତମ ।
ଗଙ୍ଗାଙ୍କ ଜ୍ୟେଷ୍ଠ ଭଗିନୀ, ଋଷିକୂଲ୍ୟା ନଦୀ କୂଳରେ, କୁମାରୀ ପର୍ବତ ଉପରେ ରହିଛି ଆଦିଶକ୍ତି, ମା’ ତାରା-ତାରିଣୀଙ୍କ ମନ୍ଦିର। ଏହା ଓଡିଶାର ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଗ୍ରାମରେ ଅବସ୍ଥିତ। ଏହି ସ୍ଥାନରେ ଦେବୀ ସତୀଙ୍କର ‘ସ୍ତନ ଖଣ୍ଡ’ ପଡିଥିଲା। ଏହି ଶକ୍ତିପୀଠ ପାଖରେ ଇତିହାସ ପ୍ରସିଦ୍ଧ ଅଶୋକଙ୍କ ଜଉଗଡ ଶିଳାଲେଖ ମଧ୍ୟ ରହିଛି। ୧୭ଶ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିର ପ୍ରାରମ୍ଭରୁ ଏକ ତାନ୍ତ୍ରିକ ଉପାସନା କ୍ଷେତ୍ର ରହି ଆସିଛି। ପର୍ବତ ଉପରେ ଥିବା ଏହି ମନ୍ଦିର ପାଖରେ ପହଞ୍ଚିବା ପାଇଁ ୯୯୯ଟି ପାହାଚ ଚଢିବାକୁ ପଡିଥାଏ।
କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିରର ନିର୍ମାଣ କୌଣସି ରାଜା କିମ୍ବା ଧନୀ ବ୍ୟକ୍ତିଙ୍କ ଦ୍ଵାରା ନୁହେଁ ବର° ବାସୁ ପ୍ରହରାଜ ନାମକ ଜଣେ ବ୍ରାହ୍ମଣଙ୍କ ଦ୍ବାରା ହୋଇଥିଲା। ଗର୍ଭଗୃହରେ ମା’ ତାରା-ତାରିଣୀଙ୍କର ସ୍ବର୍ଣ୍ଣ ଓ ରୂପା ଅଳଙ୍କାରରେ ସଜ୍ଜିତ ଦୁଇଟି ପଥର ନିର୍ମିତ ମୂର୍ତ୍ତି ପୂଜା ପାଏ। ଏହି ଦୁଇ ମୂର୍ତ୍ତିର ମଝିରେ, ପାଦ ପାଖରେ ବ୍ରାସ୍ ନିର୍ମିତ ଦୁଇଟି ମୁହଁ (ମୁଣ୍ଡ) ମା’ଙ୍କ ଚଳନ୍ତି ପ୍ରତିମା ହିସାବରେ ପୂଜା ପାଆନ୍ତି। ଏହି ଶକ୍ତିପୀଠରେ ଦେବୀ ତାରାଙ୍କର କାଳଭୈରଭଙ୍କ ନାଁ ସୋମେଶ୍ବର/ ଟୁମକେଶ୍ବର ଏବଂ ଦେବୀ ତାରିଣୀଙ୍କ କାଳଭୈରଭଙ୍କ ନାଁ ଉଦୟେଶ୍ବର/ଉତ୍କେଶ୍ବର ଅଟେ।
ପ୍ରତ୍ୟେକ ହିନ୍ଦୁ ମାସର ପ୍ରଥମ ଦିବସରେ ମା’ଙ୍କ ପିଠରେ ବିଶେଷ ପୂଜା/ ଉପଚାର ହୁଏ। ଚୈତ୍ର ମାସରେ (ମାର୍ଚ୍ଚ- ଏପ୍ରିଲ) ଅନୁଷ୍ଠିତ ହେଉଥିବା ଚୈତ୍ର ମେଳା ହେଉଛି ତାରାତାରିଣୀ ପିଠର ସବୁଠାରୁ ବିଶେଷ ପର୍ବ। ପ୍ରତ୍ୟେକ ଚୈତ୍ର ମଙ୍ଗଳବାରରେ ତାରାତାରିଣୀ ପିଠିରେ ମା’ଙ୍କ ବିଶେଷ ଉପଚାର ହୋଇଥାଏ। ମାନସିକ ରଖିଥିବା ଲକ୍ଷଲକ୍ଷ ଭକ୍ତ ମାସ ସାରା ଆସି ପିଠରେ ଦର୍ଶନ ଓ ପୂଜା କରନ୍ତି। ଏହି ସମୟରେ ଦର୍ଶନ ପାଇଁ ମା’ଙ୍କ ପହଡ ସୋମବାର ଗୁଡିକରେ ରାତି ୧ଟା ଏବଂ ମଙ୍ଗଳବାରରେ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରୁହେ ଏବଂ ଦିନରେ ମଧ୍ୟ ପହଡ ବନ୍ଦ ରୁହେ ନାହିଁ।