Site icon UTKAL PRATIDIN

ଭାରତ ଗସ୍ତରେ ଆସୁଛନ୍ତି ତାଞ୍ଜାନିଆ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ

WhatsApp Image 2023-10-07 at 10.35.33 AM

ଆସନ୍ତାକାଲି ତଥା ଅକ୍ଟୋବର ୮ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ କ୍ରମେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି l

ତାଞ୍ଜାନିଆର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଏବେ ସାମିଆ ସୁଲୁହୁ ହାସନ କାର୍ଯ୍ୟରତ l ତେବେ ଅକ୍ଟୋବର ୮ରୁ ସେ ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ତାଙ୍କୁ ନିମନ୍ତ୍ରଣ କରିଥିଲେ l ଏହି ନିମନ୍ତ୍ରଣ କ୍ରମେ ହାସନ ନୂଆଦିଲ୍ଲୀ ଗସ୍ତ କରିବାକୁ ଯାଉଛନ୍ତି । ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି l

ବର୍ହିବ୍ୟାପାର ବିଭାଗର ଜାରି କରିଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ ହାସନ ଭାରତ ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ସହ ରାଜକୀୟ ଭୋଜିରେ ସାମିଲ ହେବେ । ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏଥି ସହିତ ଅକ୍ଟୋବର ୧୦ରେ ରାଷ୍ଟ୍ରପତି ହାସନ ନୂଆଦିଲ୍ଲୀରେ ଏକ ବାଣିଜ୍ୟ ଏବଂ ନିବେଶ ଫୋରମରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l

Exit mobile version