Site icon UTKAL PRATIDIN

ହ୍ରିତିକ ରୋଶନ ଓ ଦୀପିକାଙ୍କ ଫଟୋକୁ ନେଇ ଚର୍ଚ୍ଚା !

hrideepufighter_d

ମୁମ୍ବାଇ: ବଲିଉଡର ଦୁଇ ହିଟ୍ କଳାକାର ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି। ଏହି ଫଟୋରେ ଦୁଇ କଳାକାରଙ୍କ ସହ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ, କୋରିଓଗ୍ରାଫର ବସ୍କୋ ମାର୍ଟିସ ଏବଂ ଟିମ୍ ର ଅନ୍ୟ ସଦସ୍ୟମାନଙ୍କୁ ଦେଖିବାକୁ ମିଳିଛି। ନିଜେ ହ୍ରିତିକ ରୋଶନ ସେଲ୍ଫି ନେଇଛନ୍ତି।

ସୂଚନା ଅନୁଯାୟୀ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଆଗାମୀ ଆକ୍ସନ୍ ଥ୍ରିଲର ‘ଫାଇଟର’ର ସୁଟି ଲାଗି ଟିମ୍ ଇଟାଲୀରେ ପହଞ୍ଚିବା ସମୟର ଏହି ଫଟୋ। ଏହାକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ଥିବା କୁହାଯାଉଛି। ଏହା ସହିତ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି ଏବଂ ସେମାନଙ୍କର ଉତ୍କଣ୍ଠା ବଢିବାରେ ଲାଗିଛି। ଇଟାଲୀରେ ଏହି ଯୋଡ଼ି ୧୫ ଦିନ ସୁଟିଂ କରିବେ ବୋଲି ଜଣାଯାଇଛି।
ଏହି ସିନେମାରେ ହ୍ରିତିକ ରୋଶନ ପ୍ରଥମ ଥର ପାଇଁ ଜଣେ ବାୟୁସେନା ଅଧିକାରୀ ଭୂମିକାରେ ନଜର ଆସିବେ। ଠିକ୍ ସେହିପରି ଦୀପିକା ପାଦୁକୋନ୍ ହାଇ-ଆକ୍ସନ୍ ମୁଭିରେ ନିଜର ଜବରଦସ୍ତ ଆକସନ୍ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଏହି ସିନେମାରେ ଏକ ପ୍ରମୁଖ ଭୂମିକାରେ ବରିଷ୍ଠ ଅଭିନେତା ଅନିଲ କପୁରଙ୍କୁ ବି ଦେଖିବାକୁ ମିଳିବ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ଫାଇଟର୍’ ଆଗାମୀ ୨୦୨୪ ଜାନୁଆରି ୨୫ ତାରିଖରେ ରିଲିଜ୍ ହେବାର ଯୋଜନା ରହିଛି। ଦୀପିକା ପାଦୁକୋନ୍ ଏବଂ ହ୍ରିତିକ୍ ରୋଶନଙ୍କ ଯୋଡ଼ି ଏବଂ ରୋମାଞ୍ଚକର ଆକ୍ସନ୍ ଯୋଗୁ ଏହି ଫିଲ୍ମକୁ ସିନେପ୍ରେମୀ ଆଗ୍ରହର ସହ ଅପେକ୍ଷା କରିଛନ୍ତି।

Exit mobile version