Site icon UTKAL PRATIDIN

ରାଜରାସ୍ତାକୁ ଓଲ୍ହେଲେଣି ସଫେଇ କର୍ମଚାରୀ

CAP

ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା ।କିଛି ଦିନ ପରେ ଆରମ୍ଭ ହେବ ମା ଜଗତ ଜନନୀଙ୍କ ଶାରଦୀୟ ଦୁର୍ଗାପୂଜା ।ଏହା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ଫଳରେ ହସ୍ପିଟାଲ ପରିସରରୁ ଅଳିଆ ସଫା ହେଉନାହିଁ । ଅଳିଆ ଆବର୍ଜନା ପଡ଼ି ରହିବା ଫଳରେ ପରିସର ଦୁର୍ଗନ୍ଧରେ ଫାଟୁଛି । ଦଶହରା ବୋନସ ଓ ମାସିକ ୨୬ ଦିନ ବଦଳରେ ୩୦ ଦିନର ଦରମା ଦେବା ଦାବିରେ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଆନ୍ଦୋଳନ କାରଣରୁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଆଇନ ଶୃଙ୍ଖଲା ପରିସ୍ଥିତିକୁ ନେଇ କର୍ମଚାରୀଙ୍କୁ ବୁଝାସୁଝା କରିଥିଲା। ହେଲେ ଦରମା ବୃଦ୍ଧି ସହ ଦଶହରା ବୋନସ ନ ମିଳିବା ଯାଏଁ ସେମାନଙ୍କର ଧାରଣା ଜାରି ରହିବ ବୋଲି ସଫେଇ କର୍ମଚାରୀମାନେ କହିଛନ୍ତି।

ଚଳିତ ବର୍ଷ ୪ମାସ ଭିତରେ ୪ଥର ଆନ୍ଦୋଳନ କରିସାରିଲେଣି । ସମାନ୍ୟ ଘଟଣାକୁ ନେଇ ଆନ୍ଦୋଳନ ଓ କାର୍ଯ୍ୟବନ୍ଦ ଯୋଗୁଁ ହସ୍ପିଟାଲରେ ରୋଗୀ ସେବାରେ ଗଭୀର ପ୍ରଭାବ ପକାଉଛି ।ଚାରିଆଡ଼େ ଅଳିଆ ପଡ଼ି ରହିଛି । ହସ୍ପିଟାଲ୍ କର୍ତ୍ତୃପକ୍ଷ ଓ ପୁଲିସ୍ ମିଳିତ ଭାବେ ଆନ୍ଦୋଳନରତ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ । ହେଲେ ସଫେଇ କର୍ମଚାରୀ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

Exit mobile version