Site icon UTKAL PRATIDIN

୧୨୨ ବର୍ଷ ପରେ ଖୋଲିବ ସ୍ୱାମୀ ବିବେକାନନ୍ଦଙ୍କ କୋଠରୀ

12

କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ଗସ୍ତ କରିପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ଚମ୍ପାୱତ୍ ପ୍ରଶାସନ ପ୍ରସ୍ତୁତିକୁ ଜୋରଦାର କରିଛି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଲୋହାଘାଟ ଗସ୍ତ ମଧ୍ୟ କରିପାରନ୍ତି । ଲୋହାଘାଟ ଆଶ୍ରମରେ ସ୍ୱାମୀ ବିବେକାନନ୍ଦଙ୍କର ଏକ କୋଠରୀ ରହିଛି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପରେ ମାୟାବତୀ ଆଶ୍ରମର ଦାୟିତ୍ୱ ରହିଛି । ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାୟାବତୀ ଆଶ୍ରମରେ ପ୍ରାୟ 20 ଘଣ୍ଟା ରହିପାରିବେ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଦୀର୍ଘ ୧୨୨ ବର୍ଷ ପରେ, ସ୍ୱାମୀ ବିବେକାନନ୍ଦଙ୍କ କୋଠରୀରେ କେହି ରାତ୍ରୀ ବିଶ୍ରାମ ନେବେ । ତେବେ ପ୍ରଧାନମନ୍ତ୍ରୀଙ୍କ ରହିବା ଏବଂ ଖାଦ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଯାଇଥିବା ନେଇ ସୂଚନା ରହିଛି ।

ସ୍ୱାମୀ ବିବେକାନନ୍ଦ ୧୯୦୧ ମସିହାରେ ତତ୍କାଳୀନ ମାଡ୍ରାସରୁ ଯାତ୍ରା ଆରମ୍ଭ କରିଥିଲେ। ୩ ଜାନୁୟାରୀ ୧୯୦୧ରେ ଲୋହଘାଟରେ ଅଦ୍ୱିତା ଆଶ୍ରମରେ ପହଞ୍ଚିଥିଲେ । ସ୍ୱାମୀ ବିବେକାନନ୍ଦ ଆଶ୍ରମରେ ୧୫ ଦିନ ରହି ଯୋଗ ଅଭ୍ୟାସ କରିଥିବା ନେଇ ସୂଚନା ରହିଛି । ଦୁଇଟି କୋଠରୀରେ ଯୋଗ ଏବଂ ଧ୍ୟାନ ପାଇଁ କରୁଥିଲେ ବିବେକାନନ୍ଦ । ଏନେଇ ଆଶ୍ରମ ପରିଚାଳକ ସୁହଦାନନ୍ଦ ମହାରାଜ କହିଛନ୍ତି। ଏହା ପରଠୁ କାହାରିକୁ ତାଙ୍କ କୋଠରୀରେ ରାତି ରହିବାକୁ ଅନୁମତି ଦିଆଯାଇ ନାହିଁ । ତେବେ ଏହି ଶତବାର୍ଷିକୀରେ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱ ଆଶ୍ରମ ପରିଦର୍ଶନ କରିଛନ୍ତି । ଏହି ଆଶ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ରାତ୍ରୀ ଯାପନ କରିଛନ୍ତି । ସୁହଦାନନ୍ଦ ମହାରାଜ କହିଛନ୍ତି ଯେ, ସ୍ୱାମୀ ବିବେକାନନ୍ଦଙ୍କ କୋଠରୀରେ ପ୍ରଧାନମନ୍ତ୍ରୀ ମୋଦି ରାତିରେ ବିଶ୍ରାମ ନେବେ । ଯେଉଁଥି ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ୧୨୨ ବର୍ଷ ପରେ ପ୍ରଥମ ଥର ପାଇଁ, ଏହି କୋଠରୀଟି ରାତିରେ ବିଶ୍ରାମ ପାଇଁ ଖୋଲା ଯାଉଛି ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ୧୧ କିମ୍ବା ୧୨ ଅକ୍ଟୋବର ସନ୍ଧ୍ୟାରେ ଏହି ସ୍ଥାନରେ ପହଞ୍ଚିବେ । ପରଦିନ ସକାଳେ ପ୍ରଧାନମନ୍ତ୍ରୀ ମୋଦି ଆଶ୍ରମରୁ ହିମାଳୟ ଦେଖିବା ବ୍ୟତୀତ ଓମ ପାର୍ବତ ଏବଂ ନନ୍ଦା ଦେବୀ ଶିଖର ଗସ୍ତ କରି ପାରନ୍ତି ।

Exit mobile version