Site icon UTKAL PRATIDIN

ସନ୍ଦେହରେ ଆଇଆଇଟି ଛାତ୍ରୀଙ୍କ ମୃତ୍ୟୁ

DeadBody_1722314968

ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଏକ ଅଭାବନୀୟ ଘଟଣା ଘଟିଛି ।ସେ ବି.ଟେକ୍ ତୃତୀୟ ବର୍ଷରେ ପଢ଼ୁଥିବା ଛାତ୍ରୀଙ୍କ ମୃତଦେହ କ୍ୟାମ୍ପସରୁ ମିଳିଛି ।ସୂଚନା ଅନୁଯାୟୀ ଛାତ୍ରୀର ନାଁ କ୍ରିତିକା ଓ ଘର ଦିଲ୍ଲୀରେ ବୋଲି ଜଣା ପଡିଛି ।ତେବେ ମୃତ୍ୟୁ ପଛରେ କ’ଣ କାରଣ ରହିଛି ତାହା ଏଯାଏଁ ସ୍ପଷ୍ଟ ଜଣାପଡ଼ି ନାହଁ ।ଘଟଣା ବିଷୟରେ ପୁଲିସ ପରିବାର ଲୋକଙ୍କୁ ଖବର ଦେଇଛି।ଆତ୍ମହତ୍ୟା ପଛରେ କାରଣ କଣ ରହିଛି ସେ ବିଷୟରେ ତଦନ୍ତ ଜାରି ରଖିଛି ।ହତ୍ୟା ନା ଆତ୍ମହତ୍ୟା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ଜଣାପଡ଼ିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Exit mobile version