କୂଳରେ ଲାଗିଛି ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନର ।କଣ୍ଟେନରକୁ ଦେଖିବାକୁ ପୁରୀ ପେଣ୍ଠକଟା ନିକଟ ବେଳାଭୂମିରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।ଏହି କଣ୍ଟେନର କିପରି ଓ କେଣଠୁ ଆସିଲା ବୋଲି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ବେଳେ ପୁରୀ ଏସ ଡିପିଓ ଏ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ।
ଇଣ୍ଡୋନେସିଆର କମ୍ପାନୀ ଜାହାଜରୁ ୭ଟି କଣ୍ଟେନର୍ ମିସିଂ ଅଛି।କୋଲକାତାରୁ ପୋର୍ଟବ୍ଲେୟାର୍ ଯାଇଥିବା ଜାହାଜର କଣ୍ଟେନର୍ ମିସିଂ ଅଛି। କୋଷ୍ଟଗାର୍ଡ, କମ୍ପାନୀ ମାଲିକ, ଗୁଇନ୍ଦା ସହ ଯୋଗାଯୋଗ କରାଯାଉଛି। ୩ ଦିନ ତଳେ ସାତଭାୟାରୁ ସମାନ କମ୍ପାନୀର ୨ଟି କଣ୍ଟେନର୍ ମିଳିଥିଲା। ତେବେ ଏହି କଣ୍ଟେନର୍ ଇଣ୍ଡୋନେସିଆ କମ୍ପାନୀର ହୋଇଥିବା ସନ୍ଦେହ କରାଯାଉଛି। ତେବେ କେଉଁଠୁ ଆସିଲା ଏହି କଣ୍ଟେନର ତାହା ସ୍ପଷ୍ଟ ହୋଇନାହିଁ। କୌଣସି ଏକ ଜାହାଜରୁ କଣ୍ଟେନର ଖସିପଡିଥିବା ସନ୍ଦେହ କରାଯାଉଛି।