Site icon UTKAL PRATIDIN

ଚର୍ଚ୍ଚାରେ ସୁରରାଉତଙ୍କ ବିଧାନସଭାକୁ ମୁଣ୍ଡିଆ ମରା !

download-3

ଭୁବନେଶ୍ୱର: ଶେଷ ଦିନରେ ବିଧାନସଭାକୁ ମୁଣ୍ଡିଆ ମାରିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସବୁବେଳେ ନିଜର କୌତୁହଳପୂର୍ଣ୍ଣ ବୟାନ ପାଇଁ ସଭିଙ୍କ ପସନ୍ଦରେ ଥାନ୍ତି ଜଟଣୀ ବିଧାୟକ। ସମୟ ସମୟରେ କିଛି ନ କିଛି କାର୍ଯ୍ୟ କରିଥାନ୍ତି ଯାହା ଚର୍ଚ୍ଚାର ପରିସରକୁ ଆଣିଥାଏ। ବର୍ତ୍ତମାନ ବଜେଟ୍ ଅଧିବେଶନର ଶେଷ ଦିନରେ ସେ ଭାବବିହ୍ୱଳ ହୋଇ ବିଧାନସଭାକୁ ମୁଣ୍ଡିଆ ମାରିଛନ୍ତି। ଗୃହରୁ ବାହାରିବା ବେଳେ ସେ କହିଛନ୍ତି, ଏହା ତାଙ୍କର ଶେଷ ବିଧାନସଭା ।

ସେ ଆଗକୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତି ନେଇସାରିଛନ୍ତି । ନିଜେ ନ ଲଢିଲେ ମଧ୍ୟ ଲୋକଙ୍କ ପାଇଁ କାମ କରୁଥିଲି କରିବି ବୋଲି କହିଛନ୍ତି ସୁର । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲି ଏବଂ ରହିବି । ବିଧାନସଭାକୁ ଆସିବିନି ଏଥିପାଇଁ ଦୁଃଖ ଲାଗୁଛି । ପ୍ରଥମ ଥର ୧୯୭୭ ମସିହାରେ ବିଧାୟକ ହୋଇ ଆସିବା ପରେ ଲଗାତାର ଜଟଣୀ ଲୋକଙ୍କ ପାଇଁ ସ୍ୱର ଉଠାଇ ଆସିଛି । ଲୋକଙ୍କ କାମ କରିବାକୁ ବହୁତ ସହଯୋଗ ମିଳିଛି ।

ନିକଟ ଅତୀତରେ ତାଙ୍କ ପରେ ତାଙ୍କ ପରିବାର ମଧ୍ୟ ରାଜନୀତିକୁ ଆସିବ ଓ ସୁରଙ୍କ ପରି ଲୋକସେବା କରିବ ବୋଲି ଅନେକ ସମୟରେ ମତ ପ୍ରକାଶ କରିଛନ୍ତି ଜଟଣୀ ବିଧାୟକ। କାରଣ ୨୦୨୪ରେ ସୁରଙ୍କୁ ରାଜନୈତିକ ମୈଦାନରେ ଦେଖିବାକୁ ମିଳିବନି। ତାଙ୍କ ବଦଳରେ ତାଙ୍କର ଦୁଇ ପୁଅ ମନ୍ମଥ ଓ ସିଦ୍ଧାର୍ଥ ଉଭୟ ରାଜନୀତିକୁ ଆସିବେ। ଜଟଣୀ ଆସନରୁ ସାନପୁଅକୁ ପ୍ରାର୍ଥୀ କରିବାକୁ ଘୋଷଣା କରିସାରିଛନ୍ତି ସୁର। କିନ୍ତୁ ସେ ତାଙ୍କ ବାପାଙ୍କ ପରି କଂଗ୍ରେସ ଦଳରୁ ପ୍ରାର୍ଥୀ ହେବେ ନା ଆଉ କେଉଁ ଶିବିରରୁ ନିର୍ବାଚନ ଲଢ଼ିବେ ସେ ନେଇ ସ୍ପଷ୍ଟ କିଛି କଥା ସାମ୍ନାକୁ ଆସିନାହିଁ। ସେପଟେ ତାଙ୍କ ବଡ଼ ପୁଅ ନିମାପଡା ଆସନରୁ ପ୍ରାର୍ଥୀ ହେବେ ବୋଲି ଆଗରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ କଂଗ୍ରେସ ନେତା।

Exit mobile version