UTKAL PRATIDIN

ସୀମା ଟପିଲେ ସୁପ୍ରିୟା

ଅଭିନେତ୍ରୀ ସୁପ୍ରିୟା ଓ ତାଙ୍କ ବୟଫ୍ରେନ୍ଡ ଆଦର୍ଶ ମିଶ୍ରଙ୍କ ନାଁ ରେ ସଂଗୀନ ଅଭିଯୋଗ ଆଣିଛନ୍ତି ରାପର ଅଭିନବ ସିଂ | ତାଙ୍କ କହିବା ଅନୁସାରେ ପୂର୍ବରୁ ତାଙ୍କର ମତଭେଦ ଥିଲା | ହେଲେ ତାହା ଏବେ ଶତ୍ରୁତା ର ମୋଡ ନେଇଛି | କାରଣ ଆଦର୍ଶ ମିଶ୍ର ଅଭିନବ ସିଂ ଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ ବି କରୁଛନ୍ତି | ଏଠି କହିରଖୁଛୁ କି ଗତ ୨୬ ତାରିଖରେ ଅଭିନବ ସିଂ ଭୁବନେଶ୍ୱର କ୍ଲବ ରେ ଏକ ଇଭେଣ୍ଟ ଆୟୋଜନ କରିଥିଲେ ତାହାକୁ ପ୍ରତିଯୋଗିତା ଭାବି ଆଦର୍ଶ ମିଶ୍ର ମୟଙ୍ଗ ହୋଟେଲ ଅନ୍ୟ ଏକ ଇଭେଣ୍ଟ ଆୟୋଜନ କରିଥିଲେ | ଅଭିନବ ସିଂ ଙ୍କ ଇଭେଣ୍ଟ ରେ ଭଲ ଆୟୋଜନ ଅଧିକ ଲୋକ ହେଇଥିବା ଦେଖି ସାହିପାରିନଥିଲେ ସୁପ୍ରିୟା ଓ ତାଙ୍କ ପୁରୁଷ ବନ୍ଧୁ ଆଦର୍ଶ ମିଶ୍ର | ଏବଂ ପରବର୍ତୀ ଦିନ ଅର୍ଥାତ ୨୭ ତାରିଖରେ ଏକ ସ୍ଟୁଡ଼ିଓ କୁ ଡାକି ତଙ୍କବ ଆକ୍ରମଣ କରିଥିଲେ | ସେବେଠାରୁ ଅଭିନବ ସିଂ ଙ୍କ ଟିମ ପିଲାଙ୍କୁ ତାଙ୍କ ଆଡକୁ ନବାକୁ ପ୍ରୟାସ କରନ୍ତି ଆଦର୍ଶ ମିଶ୍ର |

ସ୍ୱେବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଭିନବ ସୁପ୍ରିୟା ଙ୍କ ନ ରେ ବଡ ସଂଗୀନ ଅଭିଯୋଗ ଆଣିଛନ୍ତି ସେ କହିଛନ୍ତି ସୁପ୍ରିୟା ଙ୍କ ସହ କୌଣସି ଝଗଡା ହୋଇନଥିଲେ ମଧ୍ୟ ସେ ଏଇ ବିବି ଅଦା କୁ ନିଜେ ନିଜେ ଟାଣି ହେଇ ଆସୁଛନ୍ତି | ଆକ୍ରମଣ ଦିନ ସୁପର୍ଯ୍ୟ ନିଜେ ଉପସ୍ଥିତ ଥିଲେ ଘଟଣା ସ୍ଥଳରେ ଏବଂ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଖରାପ କୋମେନ୍ଟ ସହ ଚିଡ଼େଇବାକୁ ପ୍ରୟାସ କରନ୍ତି | ଆଉ ମଧ୍ୟ ଅଭିଯୋଗ ଆଣି କହିଛନ୍ତି ସୁପ୍ରିୟା କୁଆଡେ ତାଙ୍କ ବୟ ଫ୍ରେନ୍ଡ ସହ ମିଶି ଡ୍ରଗ୍ସ କାରବାର କରନ୍ତି ଏବଂ ସେ ଯେଉଁ ଆପାର୍ଟମେଣ୍ଟ ରେ ଭଡା ରେ ରୁହନ୍ତି ସେଠି ଝିଅ ମାନଙ୍କୁ ଆଣି ଖରାପ କାମ ମଧ୍ୟ କରନ୍ତି | ଏସବୁ ଘଟଣା ଧୀରେ ଧୀରେ ପରଦା ଫସ ହେବ ପରେ ସୁପ୍ରିୟା ଙ୍କ ହାତରୁ ସବୁ ପ୍ରୋଜେକଟ ଚାଲିଯାଇଛି ସେଥିପାଇଁ ଅଭିନବ ସିଂ ଙ୍କୁ ଧମକ ଦିଆଯାଉଛି କି ଏସବୁ ମିଛ ବୋଲି ଗଣାମାଧ୍ୟମରେ ବୟାନ ଦିଅ |
ତେବେ ସବୁ ଘଟଣାର ସମ୍ପୂର୍ଣ୍ଣ ପର୍ଦାଫାଶ କେବେ ହେବ କିଏ ପ୍ରକୃତ ଅଭିଯୁକ୍ତ ତାହା ଜାଣିବାକୁ ବାକି ରହିଲା |

Exit mobile version