Site icon UTKAL PRATIDIN

ସୁପ୍ରିମକୋର୍ଟଙ୍କ ବଡ ରାୟ,ସମସ୍ତ ବ୍ୟକ୍ତିଗତ ସମ୍ପତ୍ତିର ନାହିଁ ସରକାରଙ୍କ ଅଧିକାର

supreme-750x430

ଏକ ବଡ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।ଏକ ଘରୋଇ ସମ୍ପତ୍ତି ବିବାଦରେ ସୁପ୍ରିମକୋର୍ଟ ଏହି ବଡ ରାୟ ଦେଇଛନ୍ତି। ସରକାର ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ହାସଲ କରିପାରିବେ ନାହିଁ । ୯ ଜଣ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନ ଖଣ୍ଡପୀଠର ଏହି ନିଷ୍ପତ୍ତି, ଯାହା ୧୯୭୮ ପରଠାରୁ ସୁପ୍ରିମକୋର୍ଟଙ୍କ ଅନେକ ନିଷ୍ପତ୍ତିକୁ ରଦ୍ଦ କରିଦେଇଛି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ୯ ଜଣ ବିଚାରପତିଙ୍କ ଏକ ଖଣ୍ଡପୀଠ ଏହି ଦଶନ୍ଧି ପୁରୁଣା ବିବାଦ ଉପରେ ନିଜର ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ଶାରୀରିକ ସମ୍ବଳ ନୁହେଁ ତେଣୁ ସରକାର ଏହାକୁ ଗ୍ରହଣ କରିପାରିବେ ନାହିଁ। ଏଥିସହିତ କୋର୍ଟ ୧୯୭୮ ପରବର୍ତ୍ତୀ ବିଚାରକୁ ରଦ୍ଦ କରିଦେଇଛନ୍ତି, ଯାହା ଦାବି କରେ ଯେ ସାଧାରଣ ହିତ ପାଇଁ ସରକାର ସମସ୍ତ ଘରୋଇ ସମ୍ପତ୍ତି ନେଇପାରିବେ ବୋଲି ସୁପ୍ରିମକୋର୍ଟ ଜଣାଇଛନ୍ତି।

Exit mobile version